ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ସନ୍ନି-ବବିଙ୍କ ସହ ବିଗିଡିଲା ହେମାଙ୍କ ସମ୍ପର୍କ ! କହିଲେ-ଏହା ଆମର ବ୍ୟକ୍ତିଗତ ମାମଲା

NEWS7
pooja-bhatt-goes-to-ntr-accuses-saif-of-stabbing-her-questions-raised-on-legal-system

ମୁମ୍ଵାଇ ୦୫।୦୧;  ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର ହୁଏତ ଆଉ ଆମ ମଧ୍ୟରେ ନାହାଁନ୍ତି, କିନ୍ତୁ ସେ ସବୁବେଳେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସ୍ମୃତିରେ ରହିବେ। ହେମା ମାଳିନୀ ପ୍ରାୟତଃ ଧର୍ମେନ୍ଦ୍ରଙ୍କୁ ମନେ ପକାଇ ପୋଷ୍ଟ ସେୟାର କରି ତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରନ୍ତି। ଏବେ, ହେମା ଦିବଂଗତ ଅଭିନେତାଙ୍କ ବିଷୟରେ ଅନେକ କଥା ସେୟାର କରିଛନ୍ତି। ଏହା ସହ ହେମା ମାଳିନୀ ସନ୍ନି ଏବଂ ବବି ଦେଓଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ।

ସନ୍ନି ଏବଂ ବବିଙ୍କ ସହ ହେମାଙ୍କର ସମ୍ପର୍କ କିପରି?ପ୍ରକୃତରେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ, ସନ୍ନି ଏବଂ ବବି ଦେଓଲ ତାଙ୍କ ପିତାଙ୍କ ପାଇଁ ଏକ ପ୍ରାର୍ଥନା ସଭା କରିଥିଲେ। ହେଲେ ହେମା ମାଳିନୀ ଏବଂ ତାଙ୍କ ଦୁଇ ଝିଅ ଯୋଗ ଦେଇ ନଥିଲେ। ହେମା ତାଙ୍କ ସ୍ୱାମୀଙ୍କ ପାଇଁ ମୁମ୍ବାଇ ଏବଂ ଦିଲ୍ଲୀରେ ପୃଥକ ପୃଥକ ପ୍ରାର୍ଥନା ସଭା ଆୟୋଜନ କରିଥିଲେ। ଅଲଗା ଅଲଗା ସଭା ହୋଇଥିବାରୁ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଉପରେ ପ୍ରଶ୍ନ ଉଠିଥିଲା। ଅନେକ ଅନୁମାନ କରିଥିଲେ ଯେ ସନ୍ନି ଏବଂ ବବିଙ୍କ ସହିତ ହେମାଙ୍କ ସମ୍ପର୍କ ଭଲ ନାହିଁ।

ଏବେ ଏକ ସାକ୍ଷାତକାରରେ, ହେମା ମାଳିନୀ ଧର୍ମେନ୍ଦ୍ର ଏବଂ ତାଙ୍କ ପ୍ରଥମ ପରିବାର ବିଷୟରେ ଅନେକ କଥା ବଖାଣିଛନ୍ତି। ସନ୍ନି ଏବଂ ବବି ଦେଓଲ ସେମାନଙ୍କ ପିତାଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ ଯୋଗ ନ ଦେବାର କାରଣ କହିଥିଲେ "ଏହା ଆମ ପରିବାର ପାଇଁ ଏକ ବ୍ୟକ୍ତିଗତ ବିଷୟ। ଆମେ ପରସ୍ପର ସହିତ କଥା ହେଉ। ମୋର ଅଲଗା ଗ୍ରୁପ୍ ଥିବାରୁ ମୁଁ ମୋ ଘରେ ପ୍ରାର୍ଥନା ସଭା କରିଥିଲି"। ତା'ପରେ ଦିଲ୍ଲୀରେ ଏକ ପ୍ରାର୍ଥନା ସଭା କରିଥିଲୁ। କାରଣ ମୁଁ ରାଜନୀତିରେ ଜଡିତ, ତେଣୁ ମୋ ବନ୍ଧୁ ଏବଂ ସେହି କ୍ଷେତ୍ରର ଲୋକଙ୍କ ପାଇଁ ଏକ ପ୍ରାର୍ଥନା ସଭା କରିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ମଥୁରା ମୋର ନିର୍ବାଚନମଣ୍ଡଳୀ, ଏବଂ ସେଠାକାର ଲୋକମାନେ ଧର୍ମେନ୍ଦ୍ର ପାଇଁ ପାଗଳ। ତେଣୁ, ମୁଁ ସେଠାରେ ମଧ୍ୟ ଏକ ପ୍ରାର୍ଥନା ସଭା କରିଥିଲି। ମୁଁ ଯାହା କରିଛି ସେଥିରେ ମୁଁ ଖୁସି।"

ଧର୍ମେନ୍ଦ୍ରଙ୍କ ସ୍ମୃତିରେ ନିର୍ମାଣ ହେବ କି ସଂଗ୍ରହାଳୟ?

କିଛି ସମୟ ପୂର୍ବରୁ ରିପୋର୍ଟ ଆସିଥିଲା ଯେ ଧର୍ମେନ୍ଦ୍ରଙ୍କ ଲୋନାଭାଲା ଫାର୍ମହାଉସକୁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ସଂଗ୍ରହାଳୟରେ ପରିଣତ କରାଯାଇପାରେ। ଏ ସମ୍ପର୍କରେ ହେମା ମାଳିନୀ କହିଥିଲେ, "ମୋତେ ଲାଗୁଛି କି ସନ୍ନି ଏଥିପାଇଁ କିଛି ପ୍ଲାନ କରୁଛନ୍ତି। ସେ ନିଶ୍ଚିତ ଭାବରେ କିଛି କରିବେ। ସବୁକିଛି ବହୁତ ଭଲ ଚାଲିଛି। ତେଣୁ ଏସବୁ ଭାବିକି ଆଶ୍ଚର୍ଯ୍ୟ ହେବା ଦରକାର ନାହିଁ କି ଏହି ଦୁଇଟି ଭିନ୍ନ ପରିବାର ଏବଂ ଜଣା ନାହିଁ କେତେବେଳେ କଣ ହେବ। କାହାକୁ ଏତେ ଚିନ୍ତା କରିବାର ଦରକାର ନାହିଁ। ଆମେ ସମସ୍ତେ ଠିକ୍ ଅଛୁ।

କହିବାକୁ ଗଲେ ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ଧର୍ମେନ୍ଦ୍ର ନଭେମ୍ବର ୨୪ ତାରିଖରେ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲେ। ମୃତ୍ୟୁ ପୂର୍ବରୁ ସେ କିଛି ଦିନ ଧରି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା ଏବଂ ତାଙ୍କର ୯୦ତମ ଜନ୍ମଦିନ ପୂର୍ବରୁ ସେ ଦୁନିଆକୁ ଅଲବିଦା କହିଥିଲେ ।