ମନ୍ଦିରରେ ମହାପ୍ରସାଦ ନାମରେ ମିଳୁଛି ଖୋୟା, ରାସନକାର୍ଡଧାରୀଙ୍କୁ ବାଣ୍ଟୁଛି ପ୍ରଶାସନ

Published By : Prameya-News7 Bureau | June 23, 2025 IST

ଭୋଗରାଇ ୨୩/୦୬: ଜଗନ୍ନାଥଙ୍କ ପ୍ରସାଦଙ୍କୁ ନେଇ ପୁଣି ରାଜନୀତି । ରାସନ ଦୋକାନ ମାଧ୍ୟମରେ ପ୍ରସାଦ ବଣ୍ଟନ । ମହାପ୍ରସାଦ ନାମରେ ଖୋୟା କ୍ଷୀର ବଣ୍ଟନ କରୁଛି ପଶ୍ଚିମବଙ୍ଗ ସରକାର । ୪୨ କୋଟି ଟଙ୍କାରେ ପ୍ରସାଦ ତିଆରି କରି ପଶ୍ଚିମବଙ୍ଗର ଘରେ ଘରେ ପହଂଚା ଯାଉଛି ଖୋୟା କ୍ଷୀର । 

ବଡ଼ କଥା ହେଉଛି ଯୋଉ ବ୍ୟକ୍ତିଙ୍କ ରାସନ କାର୍ଡ ଅଛି ସେଇମାନଙ୍କୁ ହିଁ କେବଳ ମିଳିବ ଏହି ପ୍ରସାଦ । ତେବେ ଏଠି ପ୍ରଶ୍ନ ଉଠୁଛି ଜଗନ୍ନାଥ ଠାରେ ପ୍ରସାଦ ଲଗାଇ ସେହି ପ୍ରସାଦକୁ ମହାପ୍ରସାଦ ଆଖ୍ୟା ପଶ୍ଚିମବଙ୍ଗ ସରକାର ଦେଉଥିବା ବେଳେ ରାସନଧାରୀକୁ କେବଳ ପ୍ରସାଦ ମିଳିବ ଏ କିଭଳି ରାଜନୀତି ତାହା ଜଗନ୍ନାଥ ପ୍ରେମୀ ମାନେ ପ୍ରଶ୍ନ କରିଛନ୍ତି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘା ୨୫୦ କୋଟି ଟଙ୍କା ବ୍ୟୟ ରେ ୨୫ ଏକର ଜାଗାରେ ନିର୍ମିତ ହୋଇଛି ଜଗନ୍ନାଥ ମନ୍ଦିର । 

ଏହି ମନ୍ଦିରର ଉଦ୍‌ଘାଟନ ହେବା ଠାରୁ ପଶ୍ଚିମବଙ୍ଗ ସରକାର ରାଜନୀତି କରଣ କରି ମନ୍ଦିର ବିଭିନ୍ନ ଆଖ୍ୟା ଦେଇ ବିବାଦ ଘେରକୁ ଆସିଥିଲା ଏହି ମନ୍ଦିର । ତେବେ ରଥଯାତ୍ରା ପୂର୍ବରୁ ୩ ଶହ କିଲୋ ପ୍ରସାଦ ଲଗାଇ ରାସନ ମାଧ୍ୟମରେ ବଣ୍ଟନ ଆରମ୍ଭ କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ବିରୋଧ ଦଳ ହାଇକୋଟ ର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.