News7 Logo

ନୂଆପଡ଼ା ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ନବୀନ କହିଲେ ଦଳ ପାଇଁ ବଡ଼ କ୍ଷତି

NEWS7
politcal leader

ଭୁବନେଶ୍ୱର ୦୮/୦୯: ନୂଆପଡ଼ା ବିଧାୟକଙ୍କ ଦେହାନ୍ତରେ ସବୁଠି ଶୋକର ଛାୟା । ତାଙ୍କ ଦେହାନ୍ତ ଖବର ସମସ୍ତେ ଦୁଃଖୀତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି...
ସେହିଭଳି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି, ପୂର୍ବତନ ମନ୍ତ୍ରୀ ଓ ନୂଆପଡାର ଚାରିଥର ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଜୀଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ଓଡ଼ିଶାର ସାର୍ବଜନୀନ ଜୀବନର ଜଣେ ଉଚ୍ଚମାନର ବ୍ୟକ୍ତିତ୍ୱ, ତାଙ୍କର ଐତିହ୍ୟ ଅଟଳ ସେବା, ତୃଣମୂଳ ସ୍ତରର ନେତୃତ୍ୱ ଏବଂ ପଶ୍ଚିମ ଓଡିଶାର ଲୋକଙ୍କ ପ୍ରତି ଗଭୀର ପ୍ରତିବଦ୍ଧତା ଦ୍ୱାରା ପରିଭାଷିତ । ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ତାଙ୍କ ମହାନ ଆତ୍ମାକୁ ଅନନ୍ତ ଶାନ୍ତି ଏବଂ ତାଙ୍କ ଦିବ୍ୟ ପାଦତଳେ ସ୍ଥାନ ଦିଅନ୍ତୁ । ତାଙ୍କ ପରିବାର, ସହକର୍ମୀ ଓ ନୂଆପଡାବାସୀଙ୍କ ପ୍ରତି ମୋର ସମବେଦନା। 

ସେପଟେ ଏପରି ଦୁଃଖଦ ଘଟଣା ପରେ ବିଜେଡି ସୁପ୍ରିମୋ ବି ଜଣାଇଛନ୍ତି ସମବେଦନା । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।