ଜଗତସିଂହପୁର: ନାବାଳିକାଙ୍କୁ ବିବାହ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଫେରାର ଅଭିଯୁକ୍ତ ପୋଲିସ ଏସଆଇ ଅମିତ ପାଢ଼ୀ ରାଜ୍ୟ ବାହାରୁ ଗିରଫ । ଜଗତସିଂହପୁର ପୋଲିସ ସ୍ପେଶାଲ ସ୍କ୍ୱାର୍ଡର ଏକ ୪ ଜଣିଆ ଟିମ ଗିରଫ କରିଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତ ଏଏସଆଇକୁ କେଉଁଠୁ ଗିରଫ କରାଯାଇଛି ତାର ସୂଚନା ଦିଆଯାଇ ନାହିଁ। ଆସନ୍ତାକାଲି ଅଭିଯୁକ୍ତ ପୋଲିସ ଏସଆଇଙ୍କୁ ଧରି ଜଗତସିଂହପୁରରେ ପହଞ୍ଚିବ ଟିମ୍। ଚାରି ମାସ ହେଲା ଫେରାର ଥିଲେ ଅଭିଯୁକ୍ତ ଏସଆଇ । ଏ ବାବଦରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ଜଗତସିଂହପୁର ପୋଲିସ।
ମହାରାଷ୍ଟ୍ର ନିର୍ବାଚନ ଉପରେ ମିଛ ଦାବି କରି କ୍ଷମା ମା...
