ସୋର ୨୭।୮: ପାହାଡ଼ ବ୍ଲାଷ୍ଟିଂ ଯୋଜନା ପଣ୍ଡ କଲା ପୋଲିସ l ଶାରୀଶୁଆ ପାହାଡରେ ଚାଲିଥିଲା ବେଆଇନ ବ୍ଲାଷ୍ଟିଂ । ଚଢାଉ କଲା ପୋଲିସ । ପଥର ଓ ପାହାଡ଼ରେ ବ୍ଲାଷ୍ଟିଂ ପାଇଁ ତାର ଖଞ୍ଜାଯାଇଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଡ଼ପୋଖରୀ ପଞ୍ଚାୟତ ଶାରୀଶୁଆ ପାହାଡରେ ଚାଲିଛି ବେଆଇନ ବ୍ଲାଷ୍ଟିଂ l ତେବେ କିଛି ଦିନ ତଳେ ପୋଲିସ କୁପାରୀ ଅଞ୍ଚଳରୁ ବିସ୍ଫୋରକ ଜବତ କରିଥିଲା l ଆଉ ମଙ୍ଗଳବାର ରାତିରେ ଶାରୀଶୁଆ ପାହାଡ଼ରେ ବ୍ଲାଷ୍ଟିଂ ହୋଇଥିବା ବେଳେ ବୁଧବାର ନୀଳଗିରି ଏସଡ଼ିପିଓ ପ୍ରମୋଦ କୁମାର ମଲ୍ଲିକ ଓ ଖଇରା ଆଇଆଇସି ଶୁଚନ୍ଦ୍ର ମହାଳିକଙ୍କ ମିଳିତ ସହଯୋଗରେ ପାହାଡ଼ରେ ଅଚାନକ ଚଢ଼ାଉ କରିଥିଲା l ତେବେ ପାହାଡ଼ରେ ବ୍ଲାଷ୍ଟିଂ ହୋଇଥିବା ପଥର ଓ ପାହାଡ଼ରେ ବ୍ଲାଷ୍ଟିଂ ପାଇଁ ତାର ଖଞ୍ଜାଯାଇଥିବା ଦେଖିବାକୁ ମିଳିଥିଲା l ବାରମ୍ବାର ବ୍ଲାଷ୍ଟିଂ ହେଉଥିବାରୁ ପୋଲିସ ଏବେ ଆକ୍ସନ ମୋଡ଼ରେ ଆସିଛି ପୋଲିସ l ଖାଦାନ ଏବେ ସରକାରୀ ନିୟମ ଅନୁସାରେ ବନ୍ଦ ଥିବାବେଳେ ବେଆଇନ ଭାବେ ଚାଲୁ ରହିଛି l ସରକାର ଯଦି ଏକ ସ୍ପେଶାଲ ଟାସ୍କଫୋର୍ସ ଗଠନ କରି ପାହାଡ଼ ସୁରକ୍ଷା ପାଇଁ ବ୍ୟବସ୍ଥା କଲେ ଏଥିରେ ସୁଧାର ଆସିପାରନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି l
You Can Read:
ବିଦ୍ୟୁତ ଅଣ୍ଡର ଗ୍ରାଉଣ୍ଡ ପାଇଁ ୮ ହଜାର କୋଟି ଟଙ୍କା କେନ୍ଦ୍ରକୁ ସହାୟତା ମଗାଯାଇଛି