LIVE TV

ଧାଡ଼ିରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ ଯୁବକ, ଶେଷରେ ଟେକି ନେଲା ପୋଲିସ

NEWS7
police

ପୁରୀ ୦୪।୧୦ : ପୋଲିସକୁ ନାକେଦମ କଲେ ଯୁବକ । ଶେଷରେ ଯୁବକଙ୍କୁ ଟେକି ନେଲା ପୋଲିସ। ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ଶୁକ୍ରବାର ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଗୋସାଣୀମାନଙ୍କ ଦେବୀ ସଭା ସମୟରେ ଦେଖିବାକୁ ମିଳିଛି ଅଘଟଣ। ଜଣେ ଯୁବକ ଶ୍ରୀମନ୍ଦିରକୁ ଯିବାପାଇଁ ସିଂହଦ୍ଵାର ସମ୍ମୁଖରେ ଥିବା ପ୍ରବେଶ ପଥରେ ଜୋରଜବରଦସ୍ତ ପ୍ରବେଶ ଉଦ୍ୟମ କରୁଥିଲା। ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ବାରଣ କରିବା ସହ ଲାଇନରେ ଯିବା ପାଇଁ କହିଥିଲେ। ଏହାକୁ ନେଇ ଯୁବକ ଜଣକ ପୋଲିସକୁ ଦୁର୍ବ୍ୟବହାର କରିବା ସହିତ ଚାଲେଞ୍ଜ ମଧ୍ୟ କରିଥିଲା। ସୁରକ୍ଷାବଳୟ ଭେଦ କରି ଜୋରଜବରଦସ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ କର୍ମଚାରୀମାନେ ଯୁବକଙ୍କୁ ଥାନାକୁ ଉଠାଇ ନେଇଥିଲେ। ଯୁବକଙ୍କୁ ଥାନାକୁ ନେବାବେଳେ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା।‌ ତେବେ ଯୁବକ ଜଣକ କେଉଁ ଅଞ୍ଚଳର ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ। ସେପଟେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏଭଳି ଦୃଶ୍ୟ ଦେଖି ଭକ୍ତ ଓ ପର୍ଯ୍ୟଟକମାନଙ୍କ ଭିତରେ ଅନେକ ଚର୍ଚ୍ଚା ଲାଗି  ରହିଥିଲା‌। ​​​​​​​