News7 Logo

କାଦଡିହା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ବାଡ଼ିରେ ପିଟି ପିଟି ମାରିଦେଲା ସ୍ୱାମୀ

NEWS7
mmm

ବାଂଶପାଳ ୧୬।୦୯ : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କାଦଡିହା ଗାଁରେ ଅଭାବନୀୟ ଘଟଣା । ତିନି ଦିନ ହେବ ଘରେ ପଡିରହିଛି ଶବ । ସ୍ତ୍ରୀକୁ ସନ୍ଦେହ କରି ସ୍ୱାମୀ ପିଟି ପିଟି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶେଷରେ ସ୍ୱାମୀ ଏକ ବାଡ଼ିରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି । ମୃତକଙ୍କ ନାମ ମିଲି ମୁଣ୍ଡା ବୋଲି ଜଣାପଡିଛି । ସେପଟେ ହତ୍ୟା ଅଭିଯୋଗରେ ସ୍ୱାମୀ ବାବୁଲୁ ମୁଣ୍ଡାକୁ ଥାନାରେ ଅଟକ ରଖିଛି ପୋଲିସ । ତେବେ ହତ୍ୟା ପରେ ସମାଧାନ ଶ୍ୱଶୁର ଘର ଲୋକ ଓ ସଂପର୍କୀୟଙ୍କ ସହିତ ଚାଲିଥିଲା । କୌଣସି ସୁତ୍ରରୁ ଖବର ପାଇ ମାଡ଼ିବସିଲା ନୟାକୋଟ ପୋଲିସ । ​​​​​​​