କାର୍‌ରୁ ଦେଢ଼ ଲକ୍ଷ ଟଙ୍କା ଜବତ, ଫାଲକନ୍ ଛକରେ ଚେକିଂ ବେଳେ ଧରାପଡିଲା

Published By : Prameya-News7 Bureau | May 22, 2024 IST

ଭୁବନେଶ୍ବର ୨୨।୫: ନିର୍ବାଚନ ବେଳେ ଚାଲିଛି ଜୋରଦାର ଧରପଗଡ଼ । ଭୁବନେଶ୍ବରରେ ଚାଲିଛି ବ୍ଲକିଂ ଓ ଚେକିଂ । ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ବାବଧାନରେ ଚାଲିଛି ମାରାଥନ୍ ଚେକିଂ। 

ମଙ୍ଗଳବାର ବିଳମ୍ୱିତ ରାତିରେ ଭୁବନେଶ୍ବର ସ୍ଥିତ ଲକ୍ଷ୍ମୀସାଗର ଥାନା ଫାଲକନ୍ ଛକରେ ଚେକିଂ ବେଳେ କାର୍‌ରୁ ଦେଢ଼ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । କାର୍‌ରେ ଥିବା ବ୍ୟକ୍ତି ଜଣକ ସନ୍ତୋଷଜନକ ଉତ୍ତର ନଦେବାରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଜବତ ଟଙ୍କାକୁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ୍ଟ ଗ୍ରିଭାନ୍ସ କମିଟି ନିକଟକୁ ପଠାଇ ଦେଇଛି ପୋଲିସ । 

ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ସ୍ଥାନୀୟ ଏକ ବାର୍‌ରୁ ବ୍ୟବସାୟ ସାରି ନଗଦ ଟଙ୍କା ସହ ଘରକୁ ଫେରୁଥିଲେ ।

ପୂର୍ବରୁ ଚନ୍ଦ୍ରଶେଖରପୁର ,ଏୟାରପୋର୍ଟ ଥାନା ଅଞ୍ଚଳରୁ ଗାଡ଼ି ଭିତରୁ ଟଙ୍କା ଧରା ହୋଇଥିବା ବେଳେ ନନ୍ଦନକାନନ ଥାନା ଅଞ୍ଚଳରେ ଦୁଇ ଥର ଟଙ୍କା ଧରା ହୋଇଛି । ତେଣୁ ସପ୍ତାହରେ ୩ ଦିନ ଚାଲୁଥିବା ବ୍ଲକିଂ ଚେକିଂ ଆଗକୁ ସବୁଦିନ ବଳବତ୍ତର ହେବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

You Can Read :

ଗାଡ଼ିରୁ ଜବତ ହେଲା ମଦ ସହ ୧୮ ହଜାର ଟଙ୍କା, ଚେକିଂ ବେଳେ ଜବତ କଲା ସ୍ବତନ୍ତ୍ର ସ୍କ୍ବାଡ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.