ବ୍ୟାଙ୍କ୍‌ରୁ ଲୋନ୍ ଆଣି ପରିଶୋଧ କଲେନି ସରପଞ୍ଚ, ସିଲ୍ ହେଲା ଆଲିସାନ୍ କୋଠା

NEWS7
hanging-dead-body-found-in-kendrapara

ଉଦଳା ୨୧।୧୨: ସିଲ୍ ହେଲା ସରପଞ୍ଚଙ୍କ ଘର । ବ୍ୟାଙ୍କରୁ ଆଣିଥିଲେ ଲୋନ୍ ହେଲେ ଦେଇ ନ ପାରିବାରୁ ସିଲ୍ ହେଲା ଘର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଝିଙ୍କପଦା ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ନାଏକଙ୍କ ଘର ସିଲ୍‌ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।

ଏକ ବ୍ୟାଙ୍କରୁ ସରପଞ୍ଚ ତ୍ରିଲୋଚନ ନାଏକ ଲୋନ୍ ଆଣିଥିଲେ । ଆଣିଥିବା ଲୋନ୍ ପରିଶୋଧ କରି ନଥିବା ବେଳେ ବାରମ୍ବାର ବ୍ୟାଙ୍କ ପକ୍ଷରୁ ନୋଟିସ୍ ହୋଇଥିଲେ ସୁଦ୍ଧା ସେ ତାହାର ଉତ୍ତର ଦେଇ ନଥିଲେ । ଆଉ ଯେଉଁଥି ପାଇଁ ସରପଞ୍ଚଙ୍କ ଆଲିସାନ କୋଠାକୁ ସିଲ୍ କରିଛି ବ୍ୟାଙ୍କ । ଗୌଡ଼ଗାଁ ଗ୍ରାମ ଭିତରେ ଥିବା ତାଙ୍କ ଘରେ ପୋଲିସ ସହିତ ବ୍ୟାଙ୍କ କର୍ତ୍ତୃପକ୍ଷ ପହଞ୍ଚି ଘରକୁ ଯଉ ମୋଦକ ଦେଇ ସିଲ୍ କରିଛନ୍ତି । ୧୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବକେୟା ଥିବାରୁ ଘରକୁ ନିଜ ଅକ୍ତିଆରକୁ ନେଇଛି ବ୍ୟାଙ୍କ ।