ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଯାଇଥିଲେ ଟ୍ରାକ୍ଟରରେ, ଭିଡିଓ ଭାଇରାଲ ପରେ ଆକ୍ସନ...

NEWS7
hanging-dead-body-found-in-kendrapara

ବାଲିଗୁଡ଼ା ୨୮/୦୨: ଖବର ବାଜିଲା । ଆକ୍ସନ ହେଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି । କନ୍ଧମାଳ ଜିଲ୍ଲା କ.ନୁଆଗାଁ ପିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଘଟଣାକୁ ନେଇ ଚର୍ଚ୍ଚା । ଖାସ୍ କରି ଛାତ୍ରମାନେ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟରରେ ଯିବା ଘଟଣାରେ ହୋଇଛି ଆକ୍ସନ ।

ସୂଚନା ଥାଉକି, ୧୦ମ ପରୀକ୍ଷାର ପ୍ରଥମ ଦିନରେ ବିପଦ ସଙ୍କୁଳ ଅବସ୍ଥାରେ କ.ନୁଆଗାଁ ପିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷାର୍ଥୀ ଟ୍ରାକ୍ଟରରେ ବସି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଆକ୍ସନ୍ ମୋଡ୍‌କୁ ଆସିଛି ଜିଲ୍ଲା ପ୍ରଶାସନ । ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରଧାନ ଶିକ୍ଷକଙ୍କ ମନୋଜ କୁମାର ରଥ ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଥିଲେ ।

ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିବା ପରେ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣାପଡ଼ିଛି । ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ ପ୍ରଥମେ ନିଜ ଦୋଷ ଲୁଚାଇବାକୁ ଟ୍ରାକ୍ଟର ଡ୍ରାଇଭର ମୁଣ୍ଡରେ ଲଦିଥିଲେ ଦୋଷ । ଟ୍ରାକ୍ଟରରେ ଯାଇଥିବା ପରୀକ୍ଷାର୍ଥୀ ଡେ ସ୍କଲାର ପିଲା ବୋଲି ସଫେଇ ଦେଇ ଅଭିଭାବକଙ୍କ ମୁଣ୍ଡରେ ଦୋଷ ଲଦିଥିଲେ ।

ଡେ ସ୍କଲାର୍ ପିଲାଙ୍କ ଅଭିଭାବକ ନିଜ ପିଲାଙ୍କୁ ନିଜ ଦାୟିତ୍ୱରେ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରୁଥିବା ବେଳେ ନିଜ ଦୋଷ ଲୁଚାଇବାକୁ ଯାଇ ଆମ ମୁଣ୍ଡରେ କାହିଁକି ଦୋଷ ଲଦୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଜିଲ୍ଲା ପ୍ରଶାସନ ଘଟଣାର ସଠିକ୍ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକ ।

also read..

ଦଶମ ବୋର୍ଡ ପରୀକ୍ଷା ବେଳେ ଶୌଚାଳୟରେ ଛାତ୍ରୀ କଲେ ପ୍ରସବ, ପରିବାରକୁ ଜଣାନଥିଲା ଖବର