Barabati T 20: ବାରବାଟୀରେ ଦ. ଆଫ୍ରିକାର ଲଜ୍ଜାଜନକ ରେକର୍ଡ, ଟି-୨୦ରେ କଲା ସର୍ବନିମ୍ନ ସ୍କୋର

NEWS7
police-arrests-5-with-mastermind-in-online-betting-game-in-kantbanji

କଟକ: କଟକର ଐତିହାସିକ ବାରବାଟୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନ୍ର ଟାର୍ଗେଟ୍ ଦେଇଥିଲା। ଜବାବରେ ଆଫ୍ରିକା ଦଳ ୧୨.୩ ଓଭରରେ ୭୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଟି-୨୦ ଇତିହାସରେ ଏହା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର। ପୂର୍ବ ସର୍ବନିମ୍ନ ସ୍କୋର ୮୭ ରନ୍ ଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ବ୍ୟାଟିଂରେ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନର ଧୂଆଁଧାର ଇନିଂସ ଖେଳିବା ସହ ବୋଲିଂରେ ଗୋଟିଏ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଅର୍ଶଦୀପ ସିଂ କ୍ଵିଣ୍ଟନ ଡିକକଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ। ଏହା ପରେ ଟ୍ରିଷ୍ଟନ ଷ୍ଟବ୍ସ(୧୪ ରନ)ଙ୍କୁ ପାଭିଲିୟନ ପଠାଇଥିଲେ। ଏହା ପରେ ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନ ଥିଲା। ମଧ୍ୟକ୍ରମରେ ଡିଓ୍ଵାର୍ଲ୍ଡ ବ୍ରେଭିସ ୨୨ ରନ କରି ପାରିଥିଲେ। ଫରେରା ୧୨ ରନ ଓ ଡେଭିଡ ମିଲର ୧ ରନ କ୍ରିଜରେ ତିଷ୍ଠି ପାରି ନ ଥିଲେ। ମାର୍କୋ ଜନସେନ ୧୨ ରନ କରିବାକୁ ସମର୍ଥ ହୋଇଥିଲେ। ହେଲେ କୌଣସି ବ୍ୟାଟର ବଡ଼ ଇନିଂସ ଖେଳିବାରେ ସମର୍ଥ ହୋଇ ନ ଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ୭୪ ରନରେ ଅଲଆଉଟ୍ ହୋଇଛି।

ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

୭୪ ରନ ବନାମ ଭାରତ, କଟକ, ୨୦୨୫

୮୭ ବନାମ ଭାରତ, ରାଜକୋଟ, ୨୦୨୨

୮୯ ବନାମ ଅଷ୍ଟ୍ରେଲିଆ, ଜୋହାନ୍ସବର୍ଗ, ୨୦୨୦

୯୫ ବନାମ ଭାରତ, ଜୋହାନ୍ସବର୍ଗ, ୨୦୨୩

୯୬ ବନାମ ଅଷ୍ଟ୍ରେଲିଆ, କେପ୍ ଟାଉନ୍, ୨୦୨୦

୯୮ ବନାମ ଶ୍ରୀଲଙ୍କା, କଲମ୍ବୋ (RPS), ୨୦୧୮