ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣା : ୧୫ ଦିନ ପରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | August 07, 2025 IST

ଝାରସୁଗୁଡ଼ା ୭।୮: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଡକାୟତି ଘଟଣାରେ ଏକ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ l ଘଟଣାର ପ୍ରାୟ ୧୫ ଦିନ ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ ଜୁଟମିଲ ଥାନାଞ୍ଚଳର ବୀରେନ୍ଦର ସିଂ, ପପ୍ପୁ ଓରଫ ପ୍ରଭାତ ସିଂ, ଝାରଖଣ୍ଡ ରାଞ୍ଚିର ଏମଡି ଇସ୍ରାଫିଲ ଆଲମ ଓ ହସନ ଆନସାରୀ   ବୋଲି ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ସୂଚନା ଦେଇଛି l ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ପିସ୍ତଲ, ୧୩ଟି ଜୀବନ୍ତ ଗୁଳି, ଡକାୟତି ବେଳେ ଅଭିଯୁକ୍ତମାନେ ପିନ୍ଧିଥିବା ହେଲମେଟ, ବ୍ୟବହାର କରିଥିବା ବାଇକ ସମେତ ଲୁଟ ହୋଇଥିବା ୭୪ ହଜାର ଟଙ୍କାରୁ ୪୬ ହଜାର ଟଙ୍କା ପୋଲିସ ଜବତ କରିଛି l 

ଗତ ୨୧ ତାରିଖରେ ଭିକମପାଲି ସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କ କୁ ଅଭିଯୁକ୍ତମାନେ ହେଲମେଟ ପିନ୍ଧି  ବ୍ୟାଙ୍କରେ ପ୍ରବେଶ କରିବା ସହ ବନ୍ଧୁକ ମୁନରେ ନଗଦ ୭୪, ୯୫୦ ଟଙ୍କା, ୪୪. ୬ ଗ୍ରାମ ଓଜନର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ l

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.