ନୂଆଦିଲ୍ଲୀ: ପାହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଚାରିପାର୍ଶ୍ବରୁ ଘେରି ହୋଇଛି ପାକିସ୍ତାନ । ଗୋଟିଏ ଭାରତ ବଡ଼ ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି । ଅନ୍ୟପଟେ ପାକ୍ ଅଧିକୃତ ଗିଲଗିଟ୍-ବାଲଟିସ୍ତାନରେ ପାକିସ୍ତାନ ସେନା ଓ ସରକାରଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ହୋଇଛି । ପିଓକେକୁ ଶହବାଜ ସରିଫ୍ ସରକାର ଜମି ହଡ଼ପ କରିବାକୁ ଆସିଲେ ଶବର ପାହାଡ଼ ସୃଷ୍ଟି ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।
ଗିଲଗିଟ୍-ବାଲଟିସ୍ତାନରେ ଲୋକେ ଖଣିଜ ସମ୍ପଦ, ଜମି ଓ ବିଜୁଳି ସଂକଟକୁ ନେଇ ପାକିସ୍ତାନ ସରକାର ଓ ସେନା ବିରୋଧରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଶିଗର ଜିଲ୍ଲାରେ ବଡ଼ ଧରଣର ପ୍ରଦର୍ଶନ ଚାଲିଛି । 'କବ୍ଜେ ପର୍ କବଜା' ମଞ୍ଜୁର ନୁହେଁ ବୋଲି ନାରା ଦେଉଛନ୍ତି । ପାକିସ୍ତାନ ସରକାର ବିରୋଧରେ ଅଭିଯୋଗ ଆସିଛି ବିନା ଅନୁମତିରେ ଲୋକଙ୍କ ସମ୍ପତ୍ତିକୁ ହଡ଼ପ କରିବାକୁ ଚେଷ୍ଟା କରୁଛନ୍ତି ।
କେ-2 ଆକ୍ସନ କମିଟି ଦ୍ବାରା ଶିଗାର ଜିଲ୍ଲାରେ ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନରେ ତିସର, ବାଶୋ, ହାଇଦରବାଦ, ଡାସୁ ସମେତ ଆଖପାଖ ଅଞ୍ଚଳର ଲୋକେ ସାମିଲ୍ ହୋଇଛନ୍ତି । ଏମାନେ ହାତରେ ବ୍ୟାନର ନେଇ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି । ଯେଉଁଥିରେ ଲେଖା ହୋଇଛି ପ୍ରାକୃତିକ ସମ୍ପଦ ଉପରେ ସ୍ଥାନୀୟ ଲୋକଙ୍କ ଅଧିକାର ରହିଛି ଏବଂ ଏହାକୁ ସୁରକ୍ଷିତ ରଖାଯାଉ ।
پہاڑوں پر قبضہ۔۔معدنیات اور زمینوں پر قبضہ نامنظور کے نعرے۔۔۔ گلگت بلتستان کے علاقے شگر میں جرگہ ۔۔۔ان لوگوں کے مسائل کو سمجھیں ۔۔۔ملک عوام کا ہوتا ہے ۔۔۔عوام کو بے سکون نا کریں pic.twitter.com/PuynM3AspC
— Shehr Bano Official (@OfficialShehr) April 27, 2025
ବିକ୍ଷୋଭ ପ୍ରଦର୍ଶନ ବେଳେ ନେତାମାନେ କହିଛନ୍ତି, ପାହାଡ଼ ନଦୀ ଓ ଖଣିଜ ସମ୍ପଦ ସ୍ଥାନୀୟ ଲୋକଙ୍କର । ଏହାକୁ ପାକ୍ ସରକାର ଜୋର ଜବରଦସ୍ତି ହଡ଼ପ କରିପାରିବେ ନାହିଁ । ଯଦି ସରକାର ହଡ଼ପ କରିବାକୁ ଚେଷ୍ଟା କରନ୍ତି, ତେବେ ଏହାର ଜୋରଦାର ବିରୋଧ କରାଯିବ । ମଜଲିସ୍ ଓ୍ବହଦତ-ଏ-ମୁସ୍ଲିମିନ୍ ର ଅଧ୍ୟକ୍ଷ ଓ ପ୍ରମୁଖ ଶିକ୍ଷା ଧର୍ମଗୁରୁ, ଆଗା ସୈୟଦ ଅଲ୍ଲୀ ରିଜବୀ ମଧ୍ୟ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଗିଲଗିଟ-ବାଲଟିସ୍ତାନର ସମସ୍ତ ପ୍ରାକୃତିକ ସମ୍ପତ୍ତି ଉପରେ ସ୍ଥାନୀୟ ଲୋକଙ୍କର ଅଧିକାର ରହିଛି ।