୨୮ ସପ୍ତାହ ଗର୍ଭବତୀ ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ

NEWS7
pocher-arrested-in-kuldiha-sanctuary

ମୁମ୍ବାଇ ୨୯।୧: ବମ୍ବେ ହାଇକୋର୍ଟ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ କରିବା ଲାଗି ଅନୁମତି ଦେବାକୁ ମନା କରିଦେଇଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ସେତେବେଳେ ଆସିଛି ଯେତେବେଳେ ପୀଡ଼ିତା ୨୮ ସପ୍ତାହ ଗର୍ଭବତୀ ହୋଇଛନ୍ତି। ଏହି ଅବସ୍ଥାରେ କୋର୍ଟ ଗର୍ଭପାତକୁ ‘ଭୃଣ ହତ୍ୟା’ ବୋଲି ମନେ କରିଛନ୍ତି। ବମ୍ବେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ରବୀନ୍ଦ୍ର ଘୁଗେ ଓ ଜଷ୍ଟିସ୍ ଅଭୟ ମନ୍ତ୍ରୀଙ୍କ ପୀଠ ଚିକିତ୍ସା ବୋର୍ଡ ରିପୋର୍ଟ ଆଧାରରେ ଏହି ଆଦେଶ ଦେଇଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ଭୃଣରେ କୌଣସି ଜନ୍ମଜାତ ବିକୃତି ଅଥବା ଅସାଧାରଣତା ନାହିଁ ଓ ଜୀବିତ ଜନ୍ମ ନେବାର ଅନେକ ସମ୍ଭାବନା ରହିଛି।

ତେବେ ବୋର୍ଡ ଏହା ବି କହିଛନ୍ତି ଯେ ଯଦି ଶିଶୁ ଗର୍ଭାବସ୍ଥାର ସ୍ୱଭାବିକ ସମାପନର ୧୨ ସପ୍ତାହ ପୂର୍ବରୁ ଜନ୍ମ ନିଏ ତେବେ ତାକୁ ଗହନ ଚିକିତ୍ସା ସହାୟତା ଓ ଉପଚାରର ଆବଶ୍ୟକତା ପଡିବ। ଦେଶର ଚିକିତ୍ସକୀୟ ଗର୍ଭପାତ ଅଧିନିୟମ ଅନୁସାରେ ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତ ଲାଗି ଆଇନଗତ ସୀମା ୨୪ ସପ୍ତାହ । ଏହି ସମୟ ସୀମା ପରେ ଗର୍ଭପାତ ପାଇଁ ସେତେବେଳେ ଅନୁମତି ଦିଆଯାଏ ଯେତେବେଳେ ଭୃଣରେ ଗୁରୁତର ବିକୃତି ଦେଖାଯାଏ ଅଥବା ମାର ଜୀବନ ପ୍ରତି ବିପଦ ହୁଏ। ଏହି ମାମଲାରେ ଏହି ପ୍ରାବଧାନ ଲାଗୁ ହେଉ ନାହିଁ। ଚିକିତ୍ସା ବୋର୍ଡ ରିପୋର୍ଟ ଅନୁସାରେ ଭୃଣ ସ୍ୱଭାବିକ ରହିଛି ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ତତ୍କାଳ କୌଣସି ଶାରୀରିକ ବିପଦ ନଥିଲା। ଏଣୁ କୋର୍ଟ ନିଜ ବିବେକ ପ୍ରୟୋଗ କରି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ବିଚାରପତି କହିଛନ୍ତି ଯେ ଯଦି ସମୟ ପୂର୍ବରୁ ଜନ୍ମ କାରଣରୁ ପିଲାଠାରେ ବିକୃତି ଦେଖା ଦିଏ ତେବେ କୌଣସି ନିଃସନ୍ତାନ ଦମ୍ପତ୍ତି ଏପରି ଶିଶୁକୁ ପୌଷ୍ୟ ଗ୍ରହଣ କରିବେନି। ଏଥିରେ ଯଦି ଶିଶୁକୁ ସ୍ୱଭାବିକ ଜନ୍ମ ନେବାକୁ ଦିଆଯାଏ ତେବେ ଏକ ସୁସ୍ଥ ଓ ସମ୍ପୂର୍ଣ୍ଣ ବିକଶିତ ଶିଶୁ ସ୍ୱଭାବିକ ଭାବେ ଜନ୍ମ ନେବ। ଏପରି ଶିଶୁକୁ ପୌଷ୍ୟ ଗ୍ରହଣ କରିବାକୁ କେହିବି ନିଃସନ୍ତାନ ଦମ୍ପତ୍ତି ଆଗ୍ରହୀ ହେବେ। କୋର୍ଟ କହିଛନ୍ତି ଦ୍ୱିତୀୟ ବିକଳ୍ପ ଭୃଣ ହତ୍ୟା ହେବ। ଏହି ପରି ଏକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଭୃଣ ହତ୍ୟା ବିକଳ୍ପକୁ ଅତୀତରେ ଅସ୍ୱୀକାର କରିଛନ୍ତି।