ପ୍ରତି ମାସରେ ପିଏମ୍ ସୂର୍ଯ୍ୟଘର ଯୋଜନାର ହେବ ସମୀକ୍ଷା, ସଚେତନତା ପାଇଁ ଲୋକଙ୍କୁ ବଣ୍ଟାଯିବ ଲିଫଲେଟ୍ ଓ ପାମ୍ପଲେଟ୍

Published By : Prameya-News7 Bureau | August 14, 2025 IST

ଭୁବନେଶ୍ବର ୧୪।୮: ପ୍ରତି ମାସରେ ସମୀକ୍ଷା ହେବ ପିଏମ୍‌ ସୂର୍ଯ୍ୟଘର ଯୋଜନା । ପିଏମ୍ ସୂର୍ଯ୍ୟଘର ଯୋଜନାକୁ ନେଇ ସମୀକ୍ଷା ପରେ ଏଭଳି ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ସେ କହିଛନ୍ତି ଯୋଜନାକୁ ନେଇ ଆହୁରି ଅଧିକ ସଚେତନ କରାଯିବ । ବିଲ୍ କଲେକ୍ସନ କରୁଥିବା କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ଲିଫ୍‌ଲେଟ୍ ଓ ପାମ୍ପ୍‌ଲେଟ୍ ବଣ୍ଟାଯିବ । ଅନଲାଇନ ଜରିଆରେ ଯେଉଁମାନେ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନୀ ମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । 


ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ପିଏମ୍‌ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି ମନ୍ଥର ଅଛି । ଏଣିକି ପ୍ରତି ମାସରେ ସମୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି  । ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନୀଙ୍କ ସହ ବୈଠକ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୩ ଲକ୍ଷ ଟାର୍ଗେଟ୍ ଦିଆଯାଇଥିଲା । କିନ୍ତୁ ଓଡ଼ିଶାରେ ଏହା ଧିମେଇ ଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୦ ହଜାର ସଂଯୋଗ ଦିଆଯାଇ ପାରିଛି । ତେଣୁ ଆସିଥିବା ୧ ଲକ୍ଷ ୮୦ ହଜାର ଆବେଦନକୁ ରେଗୁଲାର ମିନିଟରିଂ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ଶିକ୍ଷାନୁଷ୍ଠାନରେ ପୋଲିସର ସଚେତନତା, ଆଇନର ବିଭିନ୍ନ ଦିଗ ଉପରେ ଅବଗତ କରାଇଲେ ଏସ୍‌ଡିପିଓ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.