ନୂଆଦିଲ୍ଲୀ ୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୭୯ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଦେଶଙ୍କ ରାଷ୍ଟ୍ରମୁଖ୍ୟ ଓ ସରକାର ପ୍ରମୁଖଙ୍କ ଦ୍ୱାରା ଦିଆଯାଇଥିବା ଶୁଭକାମନା ନିମନ୍ତେ କୃତଜ୍ଞତା ଜ୍ଞାପନ କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲନସ୍କିଙ୍କ ଶୁଭକାମନା ସନ୍ଦେଶର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଏକ ପୋଷ୍ଟ କରିଥିବା ବେଳେ ଏଥିରେ ରାଷ୍ଟ୍ରପତି ଜେଲନସ୍କି ଆପଣଙ୍କ ହାର୍ଦ୍ଦିକ ଅଭିନନ୍ଦନ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି।
Thank you President Zelenskyy for your warm greetings. I deeply value the joint commitment to forging even closer ties between India and Ukraine. We earnestly wish our friends in Ukraine a future marked by peace, progress and prosperity.@ZelenskyyUa https://t.co/g5HYuCuIRo
— Narendra Modi (@narendramodi) August 16, 2025
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ-ୟୁକ୍ରେନ ମଧ୍ୟରେ ଆହୁରି ଘନିଷ୍ଠ ସମ୍ବଦ୍ଧ ଲାଗି ମିଳିତ ସଂକଳ୍ପକୁ ଅଧିକ ଗୁରୁତ୍ୱ ଦେଉଛି। ଆମେ ୟୁକ୍ରେନରେ ଆମ ମିତ୍ରଙ୍କ ନିମନ୍ତେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ଭରା ଭବିଷ୍ୟ ନିମନ୍ତେ କାମନା କରୁଛୁ। ସେହିପରି ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ପୋଷ୍ଟର ମଧ୍ୟ ଉତ୍ତର ରଖିଛନ୍ତି। କହିଛନ୍ତି ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆପଣଙ୍କ ହାର୍ଦ୍ଦିକ ଶୁଭକାମନା ନିମନ୍ତେ ଧନ୍ୟବାଦ।
Thank you PM Netanyahu for your warm wishes. May India-Israel friendship continue to flourish…may both countries further strengthen and deepen this relationship bringing peace, development as well as security to our people.@IsraeliPM https://t.co/gMSGDyNEKj
— Narendra Modi (@narendramodi) August 16, 2025
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ ଓ ଇସ୍ରାଏଲ ସମ୍ପର୍କ ଓ ମିତ୍ରତା ଲଗାତାର ପ୍ରଷ୍ଫୁଟି ହେଉ। ଏହି ସମ୍ପର୍କକୁ ଦୁଇ ଦେଶ ଅଧିକ ଗଭୀର ଓ ମଧୁର କରନ୍ତୁ ଯାହାଦ୍ୱାରା ଆମ ଲୋକଙ୍କୁ ଶାନ୍ତି, ବିକାଶ ଓ ସୁରକ୍ଷା ମିଳୁ। ସେହିପରି ୭୯ତମ ସ୍ୱାଧୀନତା ଦିବସ ଅବସରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ବାର୍ତ୍ତା ପ୍ରେରଣ କରିଥିଲେ। ପୁଟିନଙ୍କ ଅଭିନନ୍ଦନର ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି।