ନୂଆଦିଲ୍ଲୀ: ପିଲା ଦିନର ସାଙ୍ଗଙ୍କ ସହ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦୀ ନିଜର ପ୍ରଥମ ପଡ୍କାଷ୍ଟରେ ଅନେକ ଗୁମର ଖୋଲିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଜୀବନ ଏପରି ବିତିଛି ଯେ ପିଲା ଦିନର ବନ୍ଧୁଙ୍କ ସହ ସମ୍ପର୍କ ରହିପାରି ନାହିଁ । ନିଖିଲ କାମାଥଙ୍କ ସହ ପଡ୍କାଷ୍ଟରେ ପିଏମ୍ ମୋଦୀ କହିଛନ୍ତି, 'ମୁଁ କମ ବୟସରେ ଘର ଛାଡ଼ିଥିଲି । ଏହି କାରଣରୁ ସ୍କୁଲ ସାଙ୍ଗ ସହ ସମ୍ପର୍କରେ ରହିପାରି ନାହିଁ । ମୋ ଜୀବନରେ ‘ତୁ’ ବୋଲି କହୁଥିବା ଏବେ କେହି ନାହାନ୍ତି ।' ସେ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ସ୍କୁଲ ସାଙ୍ଗଙ୍କ ସହ ବସି କଥା ହେବାକୁ ଇଚ୍ଛା କରିଥିଲି । ମୁଁ ଆମନ୍ତ୍ରଣ କରିଥିଲି ଏବଂ ୩୫ ଜଣ ଆସିଥିଲେ । କିନ୍ତୁ ସେମାନଙ୍କ ସହ କଥାବର୍ତ୍ତାରେ ବନ୍ଧୁତା ଦେଖାଗଲା ନାହିଁ । ମୋତେ ସେ ଖୁସି ମିଳିଲା ନାହିଁ । ଏହାର କାରଣ ଥିଲା, ମୁଁ ସେମାନଙ୍କ ଭିତରେ ସାଙ୍ଗ ଖୋଜୁଥିଲି, କିନ୍ତୁ ସେମାନଙ୍କୁ ମୋ ଭିତରେ ମୁଖ୍ୟମନ୍ତ୍ରୀ ନଜର ଆସୁଥିଲା । ପିଏମ୍ ମୋଦୀ କହିଛନ୍ତି ଯେ ଏହି ଦୂରତା ଶେଷ ହୋଇପାରିଲା ନାହିଁ ଏବଂ ମୁଁ ମୋ ଜୀବନରେ ‘ତୁ’ କହୁଥିବା ଜଣେ ବି କେହି ନାହାନ୍ତି ।
ପିଏମ୍ ମୋଦୀ କହିଛନ୍ତି ଯେ ମୋତେ ଅଧିକାଂଶ ଲୋକ ଔପଚାରିକ ଏବଂ ସମ୍ମାନଜନକ ଭାବେରେ ସମ୍ୱୋଧିତ କରନ୍ତି । 'ତୁ' ବୋଲି କହୁଥିଲା ଲୋକ ମୋ ଜୀବନରେ ଏବେ ଆଉ କେହି ନାହାନ୍ତି । ପିଏମ୍ କହିଛନ୍ତି ଯେ ମୋର ଜଣେ ଶିକ୍ଷକ ରାସବିହାରୀ ମଣିୟାର ଥିଲେ । ସେ ମୋତେ ଚିଠି ଲେଖୁଥିଲି ଏବଂ ସବୁବେଳେ ସେଥିରୁ ‘ତୁ’ ଲେଖୁଥିଲେ । ନିକଟରେ ୯୪ ବର୍ଷ ବୟସରେ ତାଙ୍କ ବି ନିଧନ ହୋଇଛି । ସେ ଶେଷ ବ୍ୟକ୍ତି ଥିଲେ ଯିଏ, ମୋତେ ତୁ ବୋଲି ସମ୍ୱୋଧନ କରୁଥିଲେ ।
ନିଖିଲ କାମାଥଙ୍କ ସହ ପଡ୍କାଷ୍ଟରେ ପିଏମ୍ ମୋଦୀ ନିଜ ପିଲା ଦିନ କଥାକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ ସ୍କୁଲରେ ସେ ଭଲ ଛାତ୍ର ନଥିଲେ, କିନ୍ତୁ ଜଣେ ଶିକ୍ଷକ ତାଙ୍କୁ ସବୁବେଳେ ତାଙ୍କୁ ପ୍ରୋତ୍ସାହିତ କରୁଥିଲେ । ପିଏମ୍ ମୋଦୀ କହିଛନ୍ତି ଯେ ଶିକ୍ଷକ ଜଣଙ୍କ ସବୁବେଳେ ତାଙ୍କର ଧ୍ୟାନ ରଖୁଥିଲେ । ରାଜନୀତିରେ ସଫଳତାର ପ୍ରଶ୍ନ ଉପରେ ପିଏମ୍ ମୋଦୀ କହିଛନ୍ତି ଯେ ଜରୁରି ଏହା ଯେ ଆମେ ଆମ୍ୱିସନ ନେଇ ନୁହେଁ ମିଶନ ନେଇ ଆସିବା ଦରକାର । ଆଜିର ରାଜନୀତିକୁ ନେଇ ଯଦି କହିବା ତେବେ ସେହି ହିସାବରେ ମହାତ୍ମା ଗାନ୍ଧୀଙ୍କ ସ୍ଥାନ କେଉଁଠି । ସେ ତ’ ପତଳା ଏବଂ ସାଧାରଣ ଥିଲେ । ତଥାପି ମହାନ ହେଲେ, କାରଣ ତାଙ୍କ ଜୀବନି କହୁଥିଲା । ପିଏମ୍ ମୋଦୀ କହିଛନ୍ତି ଯେ ଭାଷଣ କଳାଠାରୁ ସଂଚାର କଳା ଅଧିକ ଜରୁରି ।