ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିିଳିଲା ୨୯ ତମ ଅନ୍ତର୍ଜାତୀୟ ସମ୍ମାନ, ଅର୍ଡର ଅଫ୍ ଓମାନ ସମ୍ମାନ ପ୍ରଦାନ କଲେ ଓମାନ ସୁଲତାନ

NEWS7
pm-modi-invokes-sheesh-mahal-takes-urban-naxal-jibe-at-rahul-gandhi

ମସକଟPM conferred with Order of Oman: ଓମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଓମାନ’ରେ ସମ୍ମାନିତ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ପାଇଁ ଓମାନ ସୁଲତାନ ହେସମ ବିନ ତାରିକ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଦୁଇ ଦିନିଆ ଓମାନ ଗସ୍ତ ସମୟରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ତିନି ରାଷ୍ଟ୍ର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଜୋର୍ଡାନ ଏବଂ ଇଣ୍ଡୋନେସିଆ ଗସ୍ତ ସାରିଛନ୍ତି। ଏବେ ସେ ଓମାନରେ ଅଛନ୍ତି। ଓମାନ ସରକାରଙ୍କର ଏହି ସମ୍ମାନକୁ ମିଶାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୨୮ ରୁ ଅଧିକ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇ ସାରିଲାଣି। ନିକଟରେ ମିଳିଥିବା ଇଥିଓପିଆର ଗ୍ରେଟ୍ ଅନର ନିଶାନ୍ ଏବଂ କୁଏତର ଅର୍ଡର ଅଫ୍ ମୁବାରକ ଅଲ-କବୀର ସମ୍ମାନ ମଧ୍ୟ ଏଥିରେ ସାମିଲ ଅଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ମସ୍କଟ ଗସ୍ତ ଭାରତ ଏବଂ ଓମାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୦ତମ ବାର୍ଷିକୀ ପାଳନକୁ ସୂଚାଆଉଛି। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା ଏବଂ ସଂସ୍କୃତିରେ ରଣନୈତିକ ସହଭାଗୀତାକୁ ଆହୁରି ମଜଭୁତ କରିବା ଦିଗରେ ଧ୍ୟାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିନ ଓମାନରେ ପହଞ୍ଚିଥିଲେ ଏବଂ ତାଙ୍କୁ ଗାର୍ଡ ଅଫ୍ ଅନର ସହିତ ରେଡ୍ କାର୍ପେଟ୍ ବିଛାଇ ସ୍ୱାଗତ କରାଯାଇଥିଲା।

ଏହା ପୂର୍ବରୁ ମଙ୍ଗଳବାର ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଡିସ୍ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଇଥିଓପିଆର ସର୍ବୋଚ୍ଚ ପୁରସ୍କାର, "ଗ୍ରେଟ୍ ଅନର ନିଶାନ ଅପ୍ ଇତିଓପିଆ" ପ୍ରଦାନ କରାଯାଇଥିଲା। ଭାରତ-ଇଥିଓପିଆ ସହଭାଗୀତାକୁ ସୁଦୃଢ଼ କରିବାରେ ତାଙ୍କର ଅସାଧାରଣ ଅବଦାନ ଏବଂ ଜଣେ ବିଶ୍ୱ ରାଜନେତା ଭାବରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ସ୍ୱୀକୃତି ଦେଇ ଏହି ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ସମ୍ମାନକୁ ଭାରତର ୧୪୦ କୋଟି ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ।

ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ "ଗ୍ରେଟ୍ ଅନର ନିଶାନ ଅପ୍ ଇଥିଓପିଆ ସମ୍ମାନରେ ସମ୍ମାନିତ ହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏହି ସମ୍ମାନକୁ ମୁଁ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରୁଛି।"