LIVE TV
LIVE TV

ଧୋନୀଙ୍କ ଘରେ ବିରାଟ : ନିଜେ ଡ୍ରାଇଭର ହୋଇ କୋହଲିଙ୍କୁ ରାଞ୍ଚି ବୁଲାଇଲେ ମାହି !

NEWS7
pm-modi-and-mane-political-leaders-pays-condolence-on-mahant-narendra-giri-death

ନୂଆଦିଲ୍ଲୀ, ୨୮/୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତରେ ପହଁଚିଛନ୍ତି ବିରାଟ କୋହଲି । ଟେଷ୍ଟ୍ ସିରିଜ୍ ହାରିବା ପରେ ଦଳ ଦିନିକିଆରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଟିମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳୁଥିବାରୁ ଖେଳାଳିଙ୍କ ମନୋବଳ ମଧ୍ୟ ବଢିବ । ତେବେ ଦିନିକିଆ ମ୍ୟାଚ୍ ପୂର୍ବରୁ ଏକାଠି ନଜର ଆସିଛନ୍ତି ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନୀ । ବିରାଟ ଧୋନୀଙ୍କ ଘରକୁ ବୁଲିଯାଇଥିବା ନେଇ ଭିଡିଓ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମେ ବିରାଟ ରାଞ୍ଚିରେ ଧୋନୀଙ୍କ ଘରକୁ ଯାଇଥିଲେ । ସେଠାରେ ଉଭୟ ଖେଳାଳି କିଛି ସମୟ ବିତାଇଥିଲେ । ପରେ ଧୋନୀ ନିଜେ ଗାଡି ଚଲାଇ ବିରାଟଙ୍କୁ ବିମାନବନ୍ଦରରେ ଛାଡିଦେଇଥିଲେ । କାରକୁ ଧୋନୀ ଚଲାଉଥିବା ବେଳେ ତାଙ୍କ ପାଖ ସିଟରେ ବିରାଟ ବସିଥିଲେ ।

ସୂଚନାଯୋଗ୍ୟ. କେଏଲ ରାହୁଲଙ୍କୁ ନେତୃତ୍ୱରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନିଟିକିଆ ଦିନିକିଆ ସିରିଜ୍ ଖେଳିବ । ପ୍ରଥମ ମୁକାବିଲା ନଭେମ୍ବର ୩୦ ତାରିଖରେ ରାଞ୍ଚିରେ ଖେଳାଯିବ । ଦ୍ୱିତୀୟ ମୁକାବିଲା ରାୟପୁର ଏବଂ ଶେଷ ମୁକାବିଲା ବିଶାଖାପାଟନମରେ ଖେଳାଯିବ ।

 

ମୁକାବିଲା ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଖୁବ୍ ଗୁରୁତ୍ୱ ବହନ କରିବ । କାରଣ ଏଥିରେ ବିରାଟ ଏବଂ ରୋହିତ ଶର୍ମା ଖେଳିବେ । ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ଦମଦାର ବ୍ୟାଟିଂ କରିଥିଲେ । ରୋହିତଙ୍କ ବ୍ୟାଟରୁ ଶତକୀୟ ଇନିଂସ ବାହାରିଥିଲା । ବିରାଟ ମଧ୍ୟ ଅର୍ଧଶତକ ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମଧ୍ୟ ଫ୍ୟାନ୍ସମାନେ ଉଭୟଙ୍କ ବ୍ୟାଟରୁ ଭଲ ଇନିଂସ ଆଶା କରୁଛନ୍ତି ।