LIVE TV

‘ମିଲେ ସୁର୍‌ ମେରା ତୁମହାରା ’ ବିଜ୍ଞାପନ ପାଇଁ ସବୁ କଳାକାର ରାଜି ହୋଇଥିଲେ, ଏହି କାରଣରୁ ନସିରୁଦ୍ଦିନ ଶାହ ମନା କରି ଦେଇ ଥିଲେ

NEWS7
mile sur mera tumara

ମୁମ୍ୱାଇ : ଆଡ୍‌ ଲିଜେଣ୍ଡ ପୀୟୂଷ ପାଣ୍ଡେଙ୍କ ପରଲୋକରେ ଇଣ୍ଟରନେଟ୍‌ରେ ‘ମିଲେ ସୁର୍‌ ମେରା ତୁମହାରା ’ ବିଜ୍ଞାପନ ପୁଣି ଥରେ ଭାଇରାଲ ହେଉଛି। ୧୯୮୮ରେ ଭାରତର ବିବିଧତାରେ ଏକତା ଥିମ୍‌ରେ ନିର୍ମିତ ଏହି ବିଜ୍ଞାପନରେ ଅନେକ ବଡ଼ ବଡ଼ କଳାକାର, ସିଙ୍ଗର ଓ ଖେଳ ଜଗତର ପ୍ରମୁଖ ବ୍ୟକ୍ତିମାନେ ନଜର ଆସି ଥିଲେ। ଏହାର ସୁଟିଂ ମଧ୍ୟ କାଶ୍ମୀରରୁ ନେଇ କନ୍ୟାକୁମାରୀ ଯାଏ ଲୋକେସନରେ କରାଯାଇ ଥିଲା। ଆଡ୍‌ରେ ପ୍ରକାଶ ପାଦୁକୋଣ ମଧ୍ୟ ଅଛନ୍ତି। ଦୀପିକା ପାଦୁକୋଣ କହି ସାରିଛନ୍ତି ଯେ, ସେ ସ୍କୁଲରୁ ଆସୁଥିଲେ, ତ ତାଙ୍କର ମାଆ ଏହି ଗୀତ ଲଗାଇ ଦେଉଥିଲେ, ସେତେବେଳେ ସେ ଖାଦ୍ୟ ଖାଉ ଥିଲେ। ଅନ୍ୟପଟେ ନସିରୁଦ୍ଦିନ ଶାହ ଏହି ବିଜ୍ଞାପନ କରିବାକୁ ମନା କରିଦେଇ ଥିଲେ।

‘ମିଲେ ସୁର୍‌ ମେରା ତୁମହାରା ’ରେ କମଲ ହାସନ , ଅମିତାଭ ବଚ୍ଚନ , ମିଥୁନ ଚକ୍ରବର୍ତ୍ତୀ , ରେୱତୀ , ୱହିଦା ରହମାନ , ଜିତେନ୍ଦ୍ର, ହେମା ମାଳିନୀ , ଶବାନା ଆଜମୀ, ଶର୍ମିଳା ଟାର୍ଗୋର, ଓମ୍‌ ପୁରୀ , ଦୀପା ସାହି , ମୀନାକ୍ଷୀ ଶେଷାଦ୍ରୀ , ଲତା ମଙ୍ଗେସକର , ପଣ୍ଡିତ ଭୀମସେନ ଯୋଶୀଙ୍କ ଭଳି ଦେଶର ବଡ଼ ବଡ଼ ବ୍ୟକ୍ତି ମାନେ ଅଛନ୍ତି। ଏହି ବିଜ୍ଞାପନର ଲିରିକ୍ସ ପୀୟୂଷ ପାଣ୍ଡେ ଲେଖି ଥିଲେ। କୁହାଯାଏ କି,ଏହାର ଆଇଡିଆ ସେହି ସମୟରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ତାଙ୍କର ବନ୍ଧୁ ଜୟଦୀପ ସମର୍ଥଙ୍କ ମଧ୍ୟରେ ବାର୍ତ୍ତାଳାପରୁ ଆସିଥିଲା। ଜୟଦୀପ କାଜୋଲଙ୍କ ମାମା। ସେ ବିଜ୍ଞାପନ ଫିଲ୍ମ ପ୍ରଡ୍ୟୁସର ଓ ଫଟୋଗ୍ରାଫର ଅଛନ୍ତି।

‘ମିଲେ ସୁର୍‌ ମେରା ତୁମହାରା’ କୈଳାଶ ସୁରେନ୍ଦ୍ରନାଥଙ୍କ ବିଜ୍ଞାପନ ଫିଲ୍ମ ପ୍ରଡକ୍ସନରେ ନିର୍ମିତ ହୋଇଥିଲା। କ୍ୟାମ୍ପେନ ଇଣ୍ଡିଆରେ ପ୍ରକାଶିତ ସନ୍ଦୀପ ଗୋୟଲଙ୍କ ସହ ପୁରୁଣା କଥାବାର୍ତ୍ତାରେ କୈଳାଶ ଓ ତାଙ୍କ ପତ୍ନୀ ଆରତୀ ଉକ୍ତ ବିଜ୍ଞାପନ ସହ ସଂପୃକ୍ତି ଅନେକ କଥା କହିଛନ୍ତି। ଆରତୀ କହିଛନ୍ତି , ଦୀପିକା ପାଦୁକୋଣ ଥରେ ତାଙ୍କୁ କହିଥିଲେ ଯେ, ସ୍କୁଲ ପରେ ତାଙ୍କୁ ଲଞ୍ଚ କରାଇବା ପାଇଁ ତାଙ୍କ ମାଆ ‘ମିଲେ ସୁର୍‌ ମେରା ତୁମହାରା ’ଗୀତ ଲଗାଇ ଥିଲେ , କାରଣ ଏଥିରେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋଣ ଅଛନ୍ତି। ଦୀପିକା ସେତେବେଳେ ଖାଦ୍ୟ ଖାଉ ଥିଲେ।

କୈଳାଶ ସୁରେନ୍ଦ୍ରନାଥ ଏହି ରିପୋର୍ଟରେ କହିଥିଲେ ଯେ, ଏହି ସମୟରେ ଯେତେ ବଡ଼ ବଡ଼ ଆକ୍ଟରଙ୍କୁ ଆପ୍ରୋଚ କରାଗଲା ,ସମସ୍ତେ ବିନା ସଙ୍କୋଚରେ ରାଜି ହୋଇଗଲେ। ମିଥୁନ , ଜିତେନ୍ଦ୍ର ଓ ଅମିତାଭ ପୂରା ସଠିକ୍‌ ସମୟରେ ପହଞ୍ଚିଲେ ଏବଂ ନିଜର ପୋଷାକ ମଧ୍ୟ ନେଇ ଆସିଥିଲେ। ହେଲେ କେବଳ ଜଣେ ଅଭିନେତା ଏହି ବିଜ୍ଞାପନ କରିବାକୁ ମନା କରିଦେଇ ଥିଲେ। ସେ ଥିଲେ ନସିରୁଦ୍ଦିନ ଶାହ। ନସିରୁଦ୍ଦିନଙ୍କ କହିବାନୁସାରେ ,ଏହା ପଲିଟିକାଲ ବିଜ୍ଞାପନ , ସେ ଏହାକୁ କରିବେ ନାହିଁ।