LIVE TV

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ୬ ଦିନ ପରେ ବି ପୋଲିସର ହାତ ଖାଲି

NEWS7
pitabasa

ବ୍ରହ୍ମପୁର ୧୨।୧୦ : ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲା ତନାଘନା । ହତ୍ୟାକାଣ୍ଡକୁ ୬ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢ଼ାଇଛି ପୋଲିସ । ପୀତବାସଙ୍କ ମୋବାଇଲ କଲ ଡିଟେକ୍ଟ ରିପୋର୍ଟ ଯାଞ୍ଚ କରୁଛି ପୋଲିସ ।

ତେବେ କିଏ କେତେବେଳେ କଲ୍ କରିଥିଲେ ଏବଂ କେତେ ସମୟ ଧରି ବାର୍ତ୍ତାଳାପ କରିଥିଲେ, ତାହାର ବିସ୍ତୃତ ବିବରଣୀ ଯାଞ୍ଚ କରୁଛି ପୋଲିସ । ଅନ୍ୟପଟେ ପୀତବାସଙ୍କ ଚାମ୍ବର, ଗେଟବଜାର ଲୋଚାପୋଡା ରୋଡ଼ ସମେତ ସହରର ୬୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ପୀତବାସ ଅଫିସରୁ କେଉଁ ସମୟରେ ବାହାରିଲେ, କେଉଁ ରାସ୍ତାରେ ଗଲେ ଯାଞ୍ଚ କରିଛି ପୋଲିସ ।

ସେହିଭଳି ପୀତବାସଙ୍କ ଅଫିସକୁ କିଏ, କେତେବେଳେ ଆସିଥିଲେ ତାହାର ମଧ୍ୟ ତଦନ୍ତ ଚାଲିଛି । ଯାଞ୍ଚ ବେଳେ ପୋଲିସ ସନ୍ଦେହରେ କିଛି ଗାଡ଼ିକୁ ଚିହ୍ନଟ କରାଯାଇଛି । ମାମଲାରେ ୫୦ ଜଣଙ୍କୁ ଜେରା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀ, ବ୍ୟବସାୟୀ, ଲୋକ ପ୍ରତିନିଧୀ, ଜେଲ ଫେରନ୍ତା ଅପରାଧୀ ପ୍ରମୁଖଙ୍କୁ ପଚରାଉଚରା କରି ଛାଡ଼ିଛି । ବିଭିନ୍ନ ଲିଙ୍କ ନେଇ ୬ଟି ସ୍କତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଛାନଭିନ କରୁଛି। ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।