ପାରାଦୀପ ବନ୍ଦରରେ ଜାହାଜ କ୍ରେନ୍‌ରୁ ଖସି ଫିଲିପାଇନ୍ସ ନାବିକଙ୍କ ମୃତ୍ୟୁ

Published By : Prameya-News7 Bureau | May 23, 2024 IST

ପାରାଦୀପ ୨୩।୫: ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବାକୁ ଆସି ବନ୍ଦରର ଅଙ୍କରେଜରେ ଅପେକ୍ଷା କରିଥିବା ମାଲ୍ଟା ଫ୍ଲାଗର ଜାହାଜ 'ଏମ୍‌ଭି ଯୁକାଡ଼' ନାମକ ଜାହାଜର ଜଣେ ଓଏସ ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି । ଜାହାଜର କ୍ରେନ୍‌ରେ ଫିଲିପାଇନ୍ସ ଦେଶର ନାବିକ ଆଜାରକନ ୟର୍ଲ ୱଲହେଲ୍ମ କ୍ୟୁରାଓ (୨୬) ସଫେଇ କାର୍ଯ୍ୟ କରୁଥିବା ବେଳେ ହଠାତ ତଳକୁ ଖସିପଡ଼ିଥିଲେ l ତେବେ ଖବର ପାଇ ତାଙ୍କୁ ବନ୍ଦର ପକ୍ଷରୁ ଆଙ୍କରେଜରୁ ବନ୍ଦର ବୋଟ୍ ମାଧ୍ୟମରେ କୂଳକୁ ଅଣାଯାଇ ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l 

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଜାହାଜଟି ବାଂଲାଦେଶରେ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜରେ ଅପେକ୍ଷା କରିଛି । ଏ ସମ୍ପର୍କରେ ପାରାଦୀପ ନେହେରୁ ବଙ୍ଗଳା ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତ ଜାରି ରହିଛି । ଫିଲିପାଇନ୍ସ ଦୂତାବାସ ସହିତ ଯୋଗାଯୋଗ କରାଯାଇ ମୃତ ଶରୀର ଫିଲିପାଇନ୍ସ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି ।

You Can Read :

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ୨୬ ସନ୍ଧ୍ୟା ସୁଦ୍ଧା ନେଇପାରେ ଭୀଷଣ ବାତ୍ୟାର ରୂପ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.