ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ୍‌ ଦେଲେ ଅଭିନେତ୍ରୀ ଦୃଷ୍ଟି ଧାମି, ବିବାହର ୯ ବର୍ଷ ପରେ ହେବେ ମାଆ

Published By : Prameya-News7 Bureau | June 14, 2024 IST

ମୁମ୍ଵାଇ ୧୪।୦୬: ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦୃଷ୍ଟି ଧାମି । ସେ ଶୋ ମଧୁବାଲା ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ଏହି ଅଭିନେତ୍ରୀ ତାଙ୍କ ଅଭିନୟ ସହିତ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି।  ଦୃଷ୍ଟି ଧାମି ଦୀର୍ଘ ଦିନ ଧରି ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ ମଧ୍ୟ ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଦୃଷ୍ଟି ତାଙ୍କ ସ୍ଵାମି ନୀରଜଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ଉପଭୋଗ କରୁଛନ୍ତି। ବର୍ତ୍ତମାନ ବିବାହର ୯ ବର୍ଷ ପରେ ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଛନ୍ତି। 'ମଧୁବାଲା' ଫେମ୍‌ ଅଭିନେତ୍ରୀ ଦୃଷ୍ଟି ଧାମି ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି।

ବିବାହର ନଅ ବର୍ଷ ପରେ ସେ ଗର୍ଭବତୀ ହୋଇଛନ୍ତି। ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ଏହି ଭିଡିଓରେ ଦୃଷ୍ଟି ଏବଂ ତାଙ୍କ ସ୍ଵାମୀ  ଧଳା ଟି-ସାର୍ଟ ପିନ୍ଧିଛନ୍ତି। ଟି-ସାର୍ଟରେ ଲେଖା ହୋଇଛି - 'ମାମା ହେବାକୁ ପ୍ରସ୍ତୁତ ହେଉଛି', ନୀରଜଙ୍କ ଟି-ସାର୍ଟରେ ଏହା ଲେଖାଯାଇଛି - 'ପାପା ହେବାକୁ ପ୍ରସ୍ତୁତ'। ଦୁହେଁ ଦମ୍ପତି ସେମାନଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି, ଯେଉଁଥିରେ ଲେଖା ଅଛି ଯେ ଅକ୍ଟୋବରରେ ନିଜ ଶିଶୁକୁ ୱେଲକମ କରିବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.