‘ଐତିହାସିକ ସମ୍ପର୍କ...’, ଭାରତ ଉପରେ ଟାରିଫ ଲଗାଇଥିବା ଟ୍ରମ୍ପଙ୍କ ଗଣତନ୍ତ୍ର ଦିବସ ବାର୍ତ୍ତା

NEWS7
pharmacists-to-protest-all-over-odisha-regarding-this-demand

ନୂଆଦିଲ୍ଲୀ: ସାରା ବିଶ୍ୱ ଆଜି ଦିଲ୍ଲୀର କର୍ତ୍ତବ୍ୟ ପଥରେ ନୂଆ ଭାରତର ଶକ୍ତି ଦେଖିଲା । ୭୭ତମ ଗଣତନ୍ତ୍ର ଦିବସରେ ଅପରେସନ ସିନ୍ଦୂରର ଝଲକ ଦେଖିବାକୁ ମିଳିଥିଲା । ଭାରତୀୟ ବାୟୁସେନା ଆକାଶରେ ସିନ୍ଦୂର ଫର୍ମେସନ କରିଥିଲା ଏବଂ ସ୍ଥଳ ଭାଗରେ ତିନୋଟି ସେନା ଅପରେସନ ସିନ୍ଦୂର ପ୍ରଦର୍ଶନ କରିଥିଲା । ଗଣତନ୍ତ୍ର ଦିବସ ଅବସରରେ ବିଶ୍ୱର ସବୁ ଦେଶ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।

ଭାରତକୁ ଅଭିନନ୍ଦନ ଜଣାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବିଶ୍ୱର ସର୍ବପୁରାତନ ଏବଂ ବୃହତ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଏବଂ ଭାରତ ଏକ ଐତିହାସିକ ବନ୍ଧନରେ ଅଛନ୍ତି । ଟ୍ରମ୍ପଙ୍କ ଶୁଭେଚ୍ଛା ଏପରି ସମୟରେ ଆସିଛି ଯେତେବେଳେ ଆମେରିକାର ବାଣିଜ୍ୟ ଏବଂ ଶୁଳ୍କ ନୀତି ସମେତ ଅନେକ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି ।

ଆମେରିକା ରାଷ୍ଟ୍ରପତି କହିଛନ୍ତି, "ଆମେରିକାର ଲୋକଙ୍କ ପକ୍ଷରୁ, ମୁଁ ଭାରତର ସରକାର ଏବଂ ଜନସାଧାରଣଙ୍କୁ ୭୭ତମ ଗଣତନ୍ତ୍ର ଦିବସ ଅବସରରେ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ବିଶ୍ୱର ସର୍ବପୁରାତନ ଏବଂ ବୃହତ୍ତମ ଗଣତନ୍ତ୍ର ଭାବରେ ଆମେରିକା ଏବଂ ଭାରତ ଏକ ଐତିହାସିକ ବନ୍ଧନ ସେୟାର କରନ୍ତି । ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସ ଦ୍ୱାରା ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ବାର୍ତ୍ତା ପୋଷ୍ଟ କରାଯାଇଛି ।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ପ୍ରତିରକ୍ଷା, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆମର ଘନିଷ୍ଠ ସହଯୋଗଠାରୁ ଆରମ୍ଭ କରି କ୍ୱାଡ୍ ମାଧ୍ୟମରେ ଆମର ବହୁସ୍ତରୀୟ ସହଭାଗୀତା ପର୍ଯ୍ୟନ୍ତ, ଆମେରିକା-ଭାରତ ଉଭୟ ଦେଶ ଐତିହାସିକ ସମ୍ପର୍କ ରଖନ୍ତି ।" ରୁବିଓ କହିଛନ୍ତି ଯେ ସେ ସମାନ ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ଏକାଠି କାମ କରିବାକୁ ଅପେକ୍ଷା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏଥର ଗଣତନ୍ତ୍ର ଦିବସ ପରେଡରେ ଆମେରିକା ନିର୍ମିତ ପରିବହନ ବିମାନ C-130J ଏବଂ ଆପାଚେ ହେଲିକପ୍ଟର ସମେତ ଅନେକ ଲଢ଼ୁଆ ବିମାନ ଥିଲା । ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏଥର ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଥିଲେ ।