ପେଶାଓ୍ୱାର, ୨୪/୧୧: ବିସ୍ଫୋରଣରେ ଥରିଲା ପାକିସ୍ତାନ । ପେଶାଓ୍ୱାରରେ ଥିବା ଫ୍ରଣ୍ଟିୟର କୋର୍ ମୁଖ୍ୟାଳୟରେ ଆକ୍ରମଣ ହୋଇଛି । ଏହି ମୁଖ୍ୟାଳୟ ହେଉଛି ପାକିସ୍ତାନ ଅର୍ଦ୍ଧସାମରିକ ବାହିନୀର ହେଡକ୍ୱାର୍ଟର ।

ରିପୋର୍ଟ ଅନୁସାରେ, ସୋମବାର ସକାଳେ ପେଶାଓ୍ୱାର ଥରି ଉଠିଥିଲା । ଏଠାରେ ଥିବା ଅର୍ଦ୍ଧସାମରିକ ବାହିନୀର ମୁଖ୍ୟାଳୟରେ ହଠାତ ଦୁଇଟି ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀ ସମସ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

​​​​​​​ଘଟଣାରେ ତିନିଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ତିନି ଜଣ ସୁରକ୍ଷାବାହିନୀରେ କାର୍ଯ୍ୟ କରୁଥିଲେ । ପ୍ରଥମେ ମୁଖ୍ୟାଳୟର ଗେଟ୍ ଆଗରେ ବିସ୍ଫୋରଣ ହୋଇଥିଲା । ଏହାପରେ ହେଡକ୍ୱାର୍ଟର ମଧ୍ୟରେ ଥିବା ସାଇକେଲ୍ ଷ୍ଟାଣ୍ଡ ବୋମାରେ ଥରି ଉଠିଥିଲା ।