LIVE TV

ଜମାକାରୀଙ୍କୁ କେବେ ମିଳିବ ନିଜ ହକ୍‌ର ଟଙ୍କା, ନ୍ୟାୟ ଦାବିରେ ବ୍ୟାଙ୍କ ସାମ୍ନାରେ ଧାରଣା

NEWS7
bank

ଦିଗପହଣ୍ଡି ୦୬।୧୦ : ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ । ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ବ୍ୟାଙ୍କ ସମ୍ମୁଖରେ ବିରୋଧ ପ୍ରଦର୍ଶନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା ଏକ ବ୍ୟାଙ୍କରେ ଅନେକ ଗ୍ରାହଣ ଠକେଇର ଶିକାର ହେବା ପରେ ତାଲା ପକାଇ ଧାରଣାରେ ବସିଛନ୍ତି ।

ଖବର ଅନୁଯାୟୀ, ଉକ୍ତ ବ୍ୟାଙ୍କଟି ଜମାକାରୀଙ୍କର ପ୍ରାୟ କୋଟିଏ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆସିଛି । ଦୀର୍ଘ ୬ ମାସ ହେଲା ଲୋକେ ବ୍ୟାଙ୍କ ଦୌଡି ଦୌଡି ନାକେଦମ ହୋଇଗଲେଣି । ତଥାପି ଜମାକାରୀଙ୍କ ଟଙ୍କା ମିଳୁନାହିଁ । ଶେଷରେ ବାଧ୍ୟ ହୋଇ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି ଜମାକାରୀ । ଏହି ହରିଲୁଟ ପଛରେ ଜଣେ ବ୍ୟାଙ୍କର କର୍ମଚାରୀ ସାମିଲ ଥିବା ସୂଚନା ମିଳିଛି । ​​​