ଦିଗପହଣ୍ଡି ୨୩।୦୯ : ସାର ପାଇଁ ରାତି ଅନିଦ୍ରା। ରାତି ସାରା ଲାଇନରେ ଚାଷୀ। ଗଞ୍ଜାମ ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।

ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ସେବା ସମବାୟ ସମିତି ଆଗରେ ରାତିସାରା ଅପେକ୍ଷା କରିଛନ୍ତି ଚାଷୀ। ସେବା ସମବାୟ ସମିତିରେ ସାର ଥିଲେ ମଧ୍ୟ ବଣ୍ଟନ କରାଯାଉନଥିବା ଅଭିଯୋଗ କରି ଚାଷୀ ମାନେ ହୋହଲ୍ଲା କରିଛନ୍ତି। ସେପଟେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହୀ ଗାଁ ସମବାୟ ସମିତି ଆଗରେ ସାର ପାଇଁ ଚାଷୀ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ରୋହି ଗାଁ ସମବାୟ ସମିତିକୁ ୬୭୫ ବସ୍ତା ସାର ଆସିଥିବା ବେଳେ ହଜାରେରୁ ଅଧିକ ଚାଷୀ ଆସି ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଛି। ହେଲେ ଚାଷୀଙ୍କୁ ଆବଶ୍ୟକ ପରିମାଣରରେ ସାର ମିଳୁନଥିବା କହିଛନ୍ତି।