ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା, ଉପାନ୍ତରୁ ଉପକୂଳ ସବୁଠି ହାଡ଼ଭଙ୍ଗା ଶୀତ

NEWS7
pentagon-aggressive-russian-naval-ship-nearly-caused-arabian-sea-collision

ଭୁବନେଶ୍ୱର ୦୯/୦୧: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଶୀତର ପ୍ରକୋପ । ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ସାଢ଼େ ୫ଟା ସୁଦ୍ଧା ପାରଦ ୫ ଦଶମିକ ୬ ଡିଗ୍ରି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ବି ପାରଦ ତଳମୁହାଁ । ଭୁବନେଶ୍ବରରେ ୧୧ ଦଶମିକ ୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଥଣ୍ଡା ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ଶିମିଳିପାଳରେ ତୁଷାର ପାତ । ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ । ଉପରବାର୍ହାକାମୁଡା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆ ଠାରେ ତୁଷାର ପାତ ହୋଇଥିବା ବେଳେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି । ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ଆଜି ସକାଳ ୬ ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା -୧° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲା ଓ ଗୁରୁଗୁଡ଼ିଆରେ ୨° ଡିଗ୍ରୀ ଏବଂ ବରେହିପାଣି ଠାରେ ୫° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟପଟେ ସୁନ୍ଦରଗଡରେ ହାଡ ଭଙ୍ଗା ଶୀତ । ସୁନ୍ଦରଗଡରେ ଜିଲ୍ଲାର କୋଇଡା ଓ ଟେନେସାରେ ତୁଷାର ପାତ ସହ ପ୍ରବଳ ଶୀତ । ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ପୋଉଛନ୍ତି ଲୋକେ । ଏହାସହ ଚା ଖଟିଆରେ ସକାଳୁ ସକାଳୁ ଲୋକଙ୍କ ଭିଡ ଚା ପିଇ ଦେହକୁ ଗରମ କରିବା ସହ ଶରିରକୁ ଫିଟି ରଖିବା ପାଇଁ ଲୋକେ ଶାରୀରିକ ବ୍ୟାୟାମ କରୁଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନ ସହ ରାଉରକେଲା ଏବଂ କୋଇଡାରେ ମଧ୍ୟ ପ୍ରବଳ ଶୀତ ଶାଙ୍ଗକୁ ବରଫ ପଡୁଥିବା ଦେଖିବାକୁ ମିଳିଛି ।