ଅଷ୍ଟ୍ରେଲିଆନ୍ ଓପନ୍ : ଇତିହାସ ରଚିଲେ ଓଲିଭିୟା ଏବଂ ପିଅର୍ସ, ଲଗାତାର ଦ୍ୱିତୀୟ ଥର ମିକ୍ସଡ୍ ଡବଲ୍ସ ଚାମ୍ପିଅନ୍

NEWS7
pbt-demnads-mamata-banerjee-to-remove-thomas-r-frieden-fom-global-advisory-board

ସିଡନୀ,୩୦|୧ : ଅଷ୍ଟ୍ରେଲିଆନ ଓପନ-୨୦୨୬ରେ ଓଲିଭିୟା ଗାଦେକି ଏବଂ ଜନ୍ ପିଅର୍ସ ଇତିହାସ ରଚିଛନ୍ତି । ଉଭୟଙ୍କ ଯୋଡି ମିକ୍ସଡ୍ ଡବଲ୍ସରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଅଷ୍ଟ୍ରେଲିଆର ଏହି ଦୁଇ ପ୍ଲେୟାର ମିକ୍ସଡ୍ ଡବଲ୍ସ ଫାଇନାଲରେ ଫ୍ରାନ୍ସର କ୍ରିଷ୍ଟିନା ମଲାଦେନୋଭିକ୍ ଏବଂ ମାନ୍ୟୁଏଲ୍ ଗିନାର୍ଡଙ୍କ ଯୋଡିକୁ ପରାସ୍ତ କରି ଟାଇଟଲ ହାତେଇଛନ୍ତି । ଏହାସହ ସେମାନେ ଅଷ୍ଟ୍ରେଲିଆନ୍ ଓପନରେ ୩୭ବର୍ଷ ମଧ୍ୟରେ ଲଗାତର ଦ୍ୱିତୀୟ ଥର ଚାମ୍ପିଅନ୍ ହୋଇଥିବା ଖେଳାଳି ହୋଇପାରିଛନ୍ତି । ଏହାସହ ୬୨ବର୍ଷ ପରେ ଲଗାତାର ଦୁଇ ବର୍ଷରେ ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ଖେଳାଳି ହୋଇଛନ୍ତି ।

ଓଲିଭିୟା ଗାଦେକି ଏବଂ ଜନ୍ ପିଅର୍ସଙ୍କ ଯୋଡି ଫାଇନାଲରେ ଫ୍ରାନ୍ସର କ୍ରିଷ୍ଟିନା ମଲାଦେନୋଭିକ୍ ଏବଂ ମାନ୍ୟୁଏଲ୍ ଗିନାର୍ଡଙ୍କ ଯୋଡିଠୁ ପ୍ରଥମ ସେଟରେ ପଛୁଆ ରହିଥିଲା । ପରେ ଅନ୍ୟ ଦୁଇଟି ସେଟରେ ଓଲିଭିୟା ଗାଦେକି ଏବଂ ଜନ୍ ପିଅର୍ସ କଡା ସଙ୍ଘର୍ଷ କରିଥିଲେ । ଫଳରେ -,-,୧୦-୮ ସେଟରେ ସେମାନେ ଫ୍ରାନ୍ସ ଯୋଡିକୁ ପରାସ୍ତ କରିପାରିଥିଲେ ।

ପ୍ରଥମ ସେଟରେ ଆଗୁଆ ଥିଲେ ପ୍ରାନ୍ସ୍ ଯୋଡି

ଫ୍ରାନ୍ସ ଯୋଡି ପ୍ରଥମ ସେଟରେ-ରେ ଆଗୁଆ ରହିଥିଲେ । ମ୍ୟାଚରେ ନିଜର ପତିଆରା ମଜବୁତ କରିଥିଲେ । କିନ୍ତୁ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳୁଥିବା ଅଷ୍ଟ୍ରେଲିଆନ ଯୋଡି ଦ୍ୱିତୀୟ ସେଟରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ସହଜରେ ସେମାନେ ସେଟକୁ-ରେ ନିଜ ନାଁରେ କରିଥିଲେ ।

୧୯୮୯ରେ ଶେଷ ଥର ପାଇଁ ହୋଇଥିଲା ଏମିତି

ଅଷ୍ଟ୍ରେଲିଆନ୍ ଓପନ ଇତିହାସରେ ଶେଷ ଥର ପାଇଁ ୧୯୮୯ରେ କୌଣସି ଯୋଡି ଲଗାତାର ଦ୍ୱିତୀୟ ଥର ମିକ୍ସଡ୍ ଡବଲ୍ସ ଚାମ୍ପିଅନ୍ ହୋଇଥିଲେ । ସେତେବେଳେ ଏହି ରେକର୍ଡ ୟାନା ନୋବୋତନା ଏବଂ ଜିମ୍ ପୁଧଙ୍କ ନାଁରେ ଥିଲା । ଅଷ୍ଟ୍ରେଲିଆ ପାଇଁ ଲଗାତାର ଦୁଇ ଥର ମିକ୍ସଡ ଡବଲ୍ସ ଜିତିଥିବା ଯୋଡି ଥିଲେ ମାର୍ଗରେଟ୍ କୋର୍ଟ ଏବଂ କେନ୍ ଫ୍ଲେଚର୍ । ଉଭୟେ ୬୨ବର୍ଷ ତଳେ ଏହି ମାଇଲଷ୍ଟୋନ୍ ପ୍ରତିଷ୍ଠା କରିଥିଲେ ।