IMF on india : ଭାରତକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା: କହିଲା, ଭାରତ ବିଶ୍ୱର ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ

NEWS7
patha-utsav-at-jaypore

ନୂଆଦିଲ୍ଲୀ: ଭାରତ ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ମୁଖପାତ୍ର ଜୁଲି କୋଜାକ୍। ଯାହା ଭାରତର ଅର୍ଥନୈତିକ ଛବି ସୁଧାରିବା ଦିଗରେ ଏକ ବଡ଼ ବୟାନ ବୋଲି କୁହାଯାଉଛି। ଜାନୁଆରୀରେ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଆଉଟଲୁକରେ ଜାତିସଂଘ ଏଜେନ୍ସି ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଅପଗ୍ରେଡ୍ କରିବାକୁ ଯୋଜନା କରୁଥିବା ବେଳେ ଆଇଏମ୍ଏଫ୍ ଏପରି କହିଛି। କୋଜାକ୍ କହିଛନ୍ତି ଯେ ଭାରତ ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହୋଇଛି, ଏବଂ ଭାରତରେ ଅଭିବୃଦ୍ଧି ବହୁତ ଦୃଢ଼ ହୋଇଛି।

IMFର ଆର୍ଟିକିଲ୍ IV ଷ୍ଟାଫ୍ ରିପୋର୍ଟ ଅନୁଯାୟୀ, ଦୃଢ଼ ଘରୋଇ ବ୍ୟବହାର ଅଭିବୃଦ୍ଧିକୁ ଆଧାର କରି, ଆର୍ଥିକ ବର୍ଷ ୨୦୨୫-୨୦୨୬ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ୬.୬ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ଏନେଇ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କୋଜାକ କହିଛନ୍ତି “ସେବେଠାରୁ ଆମେ ଯାହା ଦେଖିଛୁ ଯେ ଭାରତରେ ତୃତୀୟ ତ୍ରୈମାସିକ ଅଭିବୃଦ୍ଧି ଆଶାଠାରୁ ଅଧିକ ଶକ୍ତିଶାଳୀ ହୋଇଛି। ଏଥିରୁ ଯାହା ଜଣାପଡ଼ୁଛି ଯେ ଆଗକୁ ଆମେ ଆମର ପୂର୍ବାନୁମାନକୁ ଅପଗ୍ରେଡ୍ କରିବୁ। ଜାନୁଆରୀ ମାସରେ ଆମର WEO ଅପଡେଟ୍ ଆଉ କିଛି ଦିନ ମଧ୍ୟରେ ଆସିଯିବ। ତେଣୁ ସେତେବେଳେ ଆମେ ଭାରତ ପାଇଁ ଆମର ଏକ ସଂଶୋଧିତ ଅଭିବୃଦ୍ଧି ସଂଖ୍ୟା ଜାରି କରିବୁ।” IMF ଭାରତକୁ ବିଶ୍ୱର ଏକ ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ଦେଖୁଛି ବୋଲି କହିଛନ୍ତି କୋଜାକ।

ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ବଢ଼ାଇଲା ଜାତିସଂଘ

ଜାତିସଂଘ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ବୃଦ୍ଧି କରିଛି। ଜାତିସଂଘ ପୂର୍ବରୁ ଭାରତର ଅଭିବୃଦ୍ଧି ଆକଳନ ୬.୪% କରିଥିଲା। ପରେ ଏଥିରେ ସାମାନ୍ୟ ବୃଦ୍ଧି କରି ୬.୬%କୁ ବଢ଼ାଇ ଦେଇଛି। ସେହିପରି ୨୦୨୭ ପାଇଁ ଭାରତର ଅଭିବୃଦ୍ଧି ୬.୭% ରହିପାରେ ବୋଲି ପୂର୍ବାନୁମାନ କରିଛି।

ପଢ଼ନ୍ତୁ- Smartphones price hike, ଏବେ ସୁଯୋଗ ଅଛି, କିଣି ନିଅନ୍ତୁ ଟିଭି, ସ୍ମାର୍ଟଫୋନ୍ ଓ ଲ୍ୟାପଟପ: ଆଗକୁ ପ୍ରବଳ ବଢ଼ିବ ଦାମ

ଭାରତର ସ୍ଥାୟୀ ଘରୋଇ ବ୍ୟବହାର ଏବଂ ଦୃଢ଼ ସାର୍ବଜନୀନ ନିବେଶ ଯୋଗୁ ଜାତିସଂଘ ନିଜ ପୂର୍ବାନୁମାନରେ ଏହି ଶଂସୋଧନ କରିଛି। ତେବେ ନିକଟ ଅତୀତରେ ହୋଇଥିବା ଆୟକର ହ୍ରାସ ,ଜିଏସ୍ଟି ହ୍ରାସ ଓ ସୁଧ ହାର କମ୍ କରିବା ଭଳି ନୀତିଗତ ପରିବର୍ତ୍ତନ ନିକଟ ଅଭିବୃଦ୍ଧିକୁ ଅତିରିକ୍ତ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଜାତିସଂଘର ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ୨୦୨୬ ଅନୁଯାୟୀ(World Economic Situation and Prospects 2026) ଅନୁଯାୟୀ ୨୦୨୫ ମସିହାରେ ଭାରତର ଜିଡିପି ୭.୪% ବୃଦ୍ଧି ପାଇବାର ଆଶା କରାଯାଉଛି।