ଭୋଗରାଇ ୭।୮: ପଶ୍ଚିମବଙ୍ଗ କୁକ୍ରାହାଟିରେ ବଡ଼ ଅଘଟଣ । ବୁଡ଼ିଲା ଯାତ୍ରୀବାହୀ ଲଞ୍ଚ । ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଲଞ୍ଚ ବୁଡ଼ିବାର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ ଯେ, ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ରାଇଚକ ଘାଟରୁ କୁକ୍ରାହାଟି ଯାଉଥିଲା ଯାତ୍ରୀବାହୀ ଲଞ୍ଚ । ଲଞ୍ଚଟି କୁକ୍ରାହାଟି ଘାଟ ନିକଟରେ ମୋଡ଼ ନେବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ବୁଧବାର ସନ୍ଧ୍ୟାରୁ ଏହି ଅଘଟଣ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ହଜାର ହଜାର ଲୋକ ଏହି ଯାତ୍ରୀବାହୀ ଲଞ୍ଚ ଉପରେ ନିର୍ଭର କରି ଚାଲୁଥିବା ବେଳେ ଏହି ଅଘଟଣକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।
You Can Read:
କଟକରେ ହେବ କେନ୍ଦ୍ରାପଡ଼ା ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, କଡ଼ା ସୁରକ୍ଷାରେ ହେଲା ସ୍ଥାନାନ୍ତର