କେନାଲକୁ ଓଲଟିଲା ଜଗନ୍ନାଥ, ୧୫ ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | August 08, 2025 IST

ଢେଙ୍କାନାଳ ୦୮/୦୮: କେନାଲକୁ ଓଲଟିଲା ଯାତ୍ରୀବାହୀ ବସ୍ । ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା । ତୁମୁସିଂହା-କନ୍ତିଓ ପୁଟସାହି ରାସ୍ତାରେ ଘଟିଛି ଏହି ଅଘଟଣ । ସେପଟେ ସମସ୍ତ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ଆଁଅଣାବେରଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରଜଙ୍ଗରୁ ଭୁବନେଶ୍ୱର ଯାଉଥିଲା ଏହି ଜଗନ୍ନାଥ ନାମକ ବସ୍ । 

ସୂଚନା ଥାଉକି, ଢେଙ୍କାନାଳ ପରଜଙ୍ଗରୁ ଭୁବନେଶ୍ୱର ଯାଉଥିଲା ଜଗନ୍ନାଥ ନାମକ ଯାତ୍ରୀବାହୀ ବସ୍ । ତେବେ ମଝିରାସ୍ତାରେ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡିଥିଲା ବସ୍‌ଟି । ଫଳରେ ଘଟଣାସ୍ଥଳରେ କିଛି ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନେ ପରଜଙ୍ଗ ଓ ଭୁବନଶ୍ୱର ଅଂଚଳର ।  ବସ୍‌ରେ ପାଖାପାଖି ଯାତ୍ରା କରୁଥିଲେ ୪୦ରୁ ଅଧିକ ଯାତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.