ଢେଙ୍କାନାଳ ୧୦।୪: ଢେଙ୍କାନାଳ ସହରରେ ହୁତ ହୁତ ହୋଇ ଜଳୁଛି ପାଣିଓହଳା ପାହାଡ଼ । ଫଳରେ ଏହି ପାହାଡ଼ରେ ଥିବା ଅନେକ ଔଷଧୀୟ ବୃକ୍ଷ ସମେତ ଶହ ଶହ ଗଛ ଜଳିପୋଡି ଯାଉଛି । ନିଆଁ ଚାରିପଟେ ଦୂରକୁ ଦୂରକୁ ମାଡି ଚାଲୁଥିବା ଦେଖାଯାଇଛି । ଏହି ନିଆଁ ଯୋଗୁଁ ଗଛ ଡାଳ, ପତ୍ର ପୋଡି ଉଗ୍ରରୂପ ଧାରଣ କରିଛି । ଫଳରେ ପାହାଡ଼ରେ ଥିବା ଜଙ୍ଗଲୀ ପ୍ରାଣୀ ସବୁ ଇତସ୍ତତ ହୋଇ ପଡୁଥିବା ବେଳେ ସେମାନଙ୍କ ଜୀବନ ବିପନ୍ନ ହୋଇପଡିଛି । ଏପରିକି ପାଣି ଓହଳା ପାହାଡ଼ ପାଦ ଦେଶରେ ଥିବା ବସ୍ତିବାସିନ୍ଦା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ନିଆଁ ଲାଗିବାର ସଠିକ୍ କାରଣ କ’ଣ ଜଣାପଡିନାହିଁ । ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ସ୍ଥାନୀୟ ଅଗ୍ନିଶମ ବାହିନୀ ମାଧ୍ୟମରେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଖୁବ୍ଶୀଘ୍ର ନିଆଁ ଆୟତ୍ତ ହୋଇଯିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।
You Can Read: