ଫଳାଫଳ ପୂର୍ବରୁ ଦମ୍ଭୋକ୍ତି ଦେଖାଇଲେ ପାଣ୍ଡିଆନ୍, କହିଲେ ଭଲ ମାର୍ଜିନରେ ଜିତିବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 24, 2024 IST

ଭୁବନେଶ୍ୱର ୨୪/୦୫: ଆସନ୍ତାକାଲି ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ।  ଏହି ପର୍ଯ୍ୟାୟରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ । ତିନି-ଚତୁର୍ଥାଂଶ ଆସନରେ ଆମେ ନିର୍ବାଚନ ଜିତିବୁ । କଣ୍ଟାବାଞ୍ଜିରେ ଭଲ ମାର୍ଜିନରେ ଜିତିବେ ମାନ୍ୟବର ମୁଖ୍ୟମନ୍ତ୍ରୀ । ହିଞ୍ଜିଳିରେ ମଧ୍ୟ ଭଲ ଆଶୀର୍ବାଦ ମିଳିବ । ମାର୍ଜିନ ଉପରେ ବିଶେଷ କହିପାରିବି ନାହିଁ ବୋଲି ବିଜେଡି ନେତା କାର୍ତ୍ତିକ୍ ପାଣ୍ଡିଆନ୍ କହିଛନ୍ତି ।   

ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରଭାବ ପକେଇଛି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା । ବିଭିନ୍ନ ବର୍ଗର ଦାବି ବିଜୁସ୍ୱାସ୍ଥ୍ୟ କାର୍ଡ ପାଇଁ ଥିଲା, ତାହା ଲାଗୁ ହେଇଯିବ । ବୃହତ ବ୍ୟବଧାନରେ ସରକାର କରିବ ବିଜେଡି । ଲୋକସଭାରେ ମଧ୍ୟ ଭଲ ଫଳ ମିଳିବ ।

ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି କାର୍ତ୍ତିକ୍ ପାଣ୍ଡିଆନ । ସେ କହିଛନ୍ତି, ୨୦୧୯ରେ ପରିବର୍ତ୍ତନର କଥା କହୁଥିଲେ ବିରୋଧୀ । ଉପ-ନିର୍ବାଚନରେ ମଧ୍ୟ ଦୋହରାଇ ଥିଲେ,ହେଲେ କୌଣସି ସୁଫଳ ମିଳିଲା ନାହିଁ । ରାଜ୍ୟରେ ନବୀନଙ୍କ ହାୱା ବହୁଛି, ନିର୍ବାଚନରେ ଦଳ ବହୁତ ଭଲ କରୁଛି । 

ରାଜ୍ୟରେ ନୂଆ ଓଡିଶା ଗଠନ ହେଉଛି । ସେହି ରୂପାନ୍ତରୀକରଣ ହିଁ ପରିବର୍ତ୍ତନ । ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡିକୁ ବଡ ସଫଳତା ମିଳିବ । ବିଜୁ ଜନତା ଦଳକୁ ବୃହତ ବହୁମତ ମିଳିବ ବୋଲି ପାଣ୍ଡିଆନ କହିଛନ୍ତି । ରାଜ୍ୟ ବିଜେପି ନେତା କେବଳ ନିର୍ବାଚନ ମଣ୍ଡଳୀର ନେତା, ସେଥିପାଇଁ ଜାତୀୟ ନେତାଙ୍କୁ ପ୍ରଚାର ପାଇଁ ଡକା ହେଉଛି । ବିଜେପିର ୩୦ ସିଟ୍ ଜିତିବା ଇଣ୍ଟରନାଲ ଟାର୍ଗେଟ୍, ସେଥିରୁ ବି କମିବ । ସେଥିପାଇଁ ବାରମ୍ବାର ସିଟ୍ ସଂଖ୍ୟା ବଦଳୁଛି । ପଶ୍ଚିମ ଓଡିଶାରେ କ୍ଲିନ୍ ସ୍ୱିପ୍ କରିବ ବିଜେଡି । 5t ସ୍କୁଲ,କଲେଜ ନୂଆ ଓ, ସ୍ପୋର୍ଟ୍ସ, ଯୁବକ ଓ ମହିଳା ଚାଷୀଙ୍କୁ ବହୁ ଆଗକୁ ନେଇଛି । ଏହା ପାଣ୍ଡିଆନ୍ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.