ପାଲେଷ୍ଟାଇନୀ କଏଦୀମାନେ ଇରାନ ହମଲାର ପାଳୁଥିଲେ ଉତ୍ସବ , ଜେଲ୍‌ରେ ହଠାତ୍ ରେଡ୍ କଲା ଇସ୍ରାଏଲ

Published By : Prameya-News7 Bureau | June 16, 2025 IST

ନୂଆଦିଲ୍ଲୀ : ଇସ୍ରାଏଲ ପୁଲିସ ନିଜର ହିଁ ଜେଲ୍‌ରେ କରିଛି ଚଢଉ। ଇସ୍ରାଏଲୀୟ ଅଧିକାରୀଙ୍କୁ ଜଣାପଡ଼ି ଥିଲା ଯେ, ଇରାନର ଏୟାର ଷ୍ଟ୍ରାଇକ୍‌ ବେଳେ କିଛି କଏଦୀ ଖୁସି ମନାଉ ଥିଲେ। ଇସ୍ରାଏଲର ଜେଲ୍‌ ସର୍ଭିସ୍‌ କହିଛି ଯେ, ମଧ୍ୟ ଇସ୍ରାଏଲର ଏକ ଜେଲ୍‌ରେ ପାଲେଷ୍ଟାଇନର ଅପରାଧିକ କଏଦୀଙ୍କ ଦ୍ୱାରା ଉତ୍ସବର ଶବ୍ଦ ଶୁଣାଯାଉ ଥିଲା। ଏହାପରେ ଜେଲ୍‌ ସର୍ଭିସର ସ୍ପେଶାଲ ୟୁନିଟ୍‌ ମେଟଜାଦା କଏଦୀଙ୍କ ସେଲ ଉପରେ ଚଢଉ କରିଥିଲା। ଏହି ସମୟରେ ଦୋଷୀ ଜଣାପଡ଼ି ଥିଲା କଏଦୀଙ୍କୁ ଅଲଗା ଅଲଗା ହଟାଇ ଦିଆଯାଇ ଥିଲା। 

ଜେଲ୍‌ ସର୍ଭିସ ପକ୍ଷରୁ ସେୟାର କରାଯାଇ ଥିବା ଭିଡ଼ିଓରେ ସଶସ୍ତ୍ର ସୈନିକ ଜେଲ୍‌ରେ ପଶିବାର ଦେଖିବାକୁ ମିଳୁଛି। ସେମାନେ କଏଦୀଙ୍କ ଆଡ଼କୁ ବନ୍ଧୁକ ଦେଖାଉ ଥିଲେ, ସେତେବେଳେ କଏଦୀମାନେ ନିଜ ନିଜର ସେଲ୍‌ ଚଟଣାରେ ଲୁଚି ଥିଲେ। ଜଣେ ବ୍ୟକ୍ତି ମୁହଁକୁ ତଳକୁ କରି ଶୋଇଥିଲେ, ସେତେବେଳେ ଜଣେ ଅଧିକାରୀ ତାଙ୍କର ହାତକୁ ଜିପ୍‌ ଟାଇରେ ବାନ୍ଧି ଥିଲେ। ଆଉ ଜଣେ ବ୍ୟକ୍ତିଙ୍କ ଆଖିରେ ପଟ୍ଟି ବନ୍ଧା ଯାଇ ଥିଲା। ଅନେକ କଏଦୀଙ୍କୁ ତାଙ୍କର ହାତକୁ ପଛରେ ବନ୍ଧା ଯାଇ ନଇଁବା ସ୍ଥିତିରେ ସେଲ୍‌ ବାହାରକୁ ନିଆଯାଉ ଥିଲା। ଜେଲ୍‌ ସର୍ଭିସ୍‌ କହିଛି ଯେ, ଏହି ସବୁ କଏଦୀଙ୍କୁ ଟ୍ରିବ୍ୟୁନାଲ ସାମ୍ନାରେ ହାଜର କରାଯାଇଛି। ଏହା ବିରୋଧରେ ଉଚିତ୍‌ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ହେଲେ, ଏହା ବିଷୟରେ ସୂଚନା ଦିଆଯାଇ ନାହିଁ।

ଇସ୍ରାଏଲର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ୍ ଗ୍ୱିର ସୋମବାର କିଛି ଅଞ୍ଚଳ ଗସ୍ତ କରି ଥିଲେ ,ଯେଉଁଠି ରାତାରାତି ଇରାନୀ ହମଲାରେ ୪ଜଣ ଲୋକଙ୍କୁ ହତ୍ୟା କରାଯାଇ ଥିଲା। ସେ ଦୋହରାଇଛନ୍ତି ଯେ , ଇରାନର ହମଲାରେ ଖୁସିର ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ବେନ ଗ୍ୱିର କହିଛନ୍ତି, ଏହି ମାମଲାରେ କୌଣସି ସହନଶୀଳତା ନାହିଁ। ପୁଲିସ ଅନେକ ଲୋକଙ୍କୁ ଗିରଫ କରିଛି। ମୁଁ ତାଙ୍କର ସମର୍ଥନ କରୁଛି , ଏହା ମୋର ନୀତି। ସେ ଜେଲ୍‌କୁ ବନ୍ଧୁକ ନେଇ ଶୃଙ୍ଖଳା ଫେରାଇବାର ନୀତିକୁ ସମର୍ଥନ କରି କହିଛନ୍ତି ଇରାନର ସମର୍ଥନ ଆତଙ୍କର ସମର୍ଥନ କରିବା। ଏହାକୁ ସହ୍ୟ କରାଯାଇ ପାରିବ ନାହିଁ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.