ନୂଆଦିଲ୍ଲୀ ୦୯/୦୫: ପାକିସ୍ତାନକୁ ମୁହଁତୋଡ ଜବାବ । ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି । ନିଜ ବିନାଶକୁ ନିଜେ ଡାକିଛି ପାକିସ୍ତାନ। ପାକିସ୍ତାନ ଆରମ୍ଭ କରିଥିବା ଆକ୍ରମଣର ପ୍ରତି ଜବାବ ଦେଉଛି ଭାରତ । ଜଳ, ସ୍ଥଳ, ଆକାଶ ତିନି ପଟୁ ଭାରତର ଆକ୍ରମଣ ଜାରି।
ଗୋଟିଏ ପରେ ଗୋଟିଏ ସହର ହେଉଛି ଧ୍ୱଂସ। ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ତେବେ ଭାରତୀୟ ସେନା ପାକିସ୍ତାନର ଦୁଇଟି JF-17 ଏବଂ ଗୋଟିଏ F-16 ଯୁଦ୍ଧ ବିମାନକୁ ଖସାଇ ଦେଇଛି । କୁହାଯାଉଛି ଯେ ଏହି ବିମାନଟି ପାକିସ୍ତାନ ସୀମା ଭିତରେ ପଡ଼ିଛି ।
ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । ପାକିସ୍ତାନରେ ଜାଗୁଆର ବିମାନ ଜରିଆରେ ହମଲା । କରାଚି ବନ୍ଦର ଉପରେ ହମଲା କଲା ଜାଗୁଆର । ପାକିସ୍ତାନର ପଞ୍ଜାବରେ ଥିବା AWACSକୁ ଧ୍ୱଂସ କରିଛି ଭାରତ ।