ନୂଆଦିଲ୍ଲୀ, ୪ |୧୧  : ଏସିଆ କପରେ ଚମକିବେ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ ଭଳି ବର୍ଷା କରିବେ ଛକା ଏବଂ ଚଉକା । ଷ୍ଟାଡିୟମରେ ଦର୍ଶକଙ୍କର ହେବ ଏଣ୍ଟରଟେନମେଣ୍ଟ । ରାଇଜିଂ ଷ୍ଟାର୍ସ ଏସିଆ କପରେ ସାମିଲ ହେଲା ପରେ କିଛି ଏମିତି ଆଶା କରୁଛନ୍ତି ଭାରତୀୟ ଫ୍ୟାନ୍ସ । ଟିମ୍ ଇଣ୍ଡିଆର ମୁଖ୍ୟ ଦଳରେ ସାମିଲ ନହେଲେ ବି ରାଇଜିଂ ଷ୍ଟାର୍ସ ଏସିଆ କପରେ ବୈଭବଙ୍କୁ ସୁଯୋଗ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେବ ।

ତେବେ ବୈଭବଙ୍କ କ୍ୟାରିଅର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ । ଏଥିରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ଭାରତୀୟ ସିନିଅର୍ ଟିମରେ ସୁଯୋଗ ମିଳିପାରେ । ତାଙ୍କୁ ଦଳ ଟି୨୦ ବିଶ୍ବକପ୍ ପାଇଁ ସୁଯୋଗ ଦେଇପାରେ । କିନ୍ତୁ ସବୁ ବୈଭବଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ଯଦି ସେ ଦମଦାର ପ୍ରଦର୍ଶନ କରନ୍ତି ତେବେ ଚୟନକର୍ତ୍ତା ତାଙ୍କ ବାବଦରେ ନିଶ୍ଚୟ ଚିନ୍ତା କରିବେ ।

ଟୁର୍ଣ୍ଣାମେଣ୍ଟ ପାଇଁ ନଭେମ୍ବର ତାରିଖରେ ବିସିସିଆଇ ପକ୍ଷରୁ ଦଳ ଘୋଷଣା କରାଯାଇଛି । ଏଥିରେ ୧୫ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଯେଉଁଥିରେ ୧୪ ବର୍ଷୀ ବୈଭବ ସୂର୍ଯ୍ୟବଂଶୀ ରହିଛନ୍ତି । ଅତୀତରେ ଅନେକ ଘରୋଇ ମୁକାବିଲାରେ ବୈଭବଙ୍କ ପ୍ରଦର୍ଶନ ଭଲ ରହିଛି ।  ଏହି ଟିମର ନେତୃତ୍ୱ ନେବେ ଜିତେଶ ଶର୍ମା

ବୈଭବ ଯେଉଁଭଳି ଭାବେ ଆଗକୁ ବଢୁଛନ୍ତି ତାଙ୍କ ପ୍ରଦର୍ଶନକୁ ନେଇ ଅନେକ ଆକଳନ କରାଯାଉଛି । ନିକଟରେ ସଂଜୁ ସାମସନ କହିଥିଲେ ଯେ, ବୈଭବ ଆଗାମୀ ଗୋଟିଏ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଦଳରେ ଖେଳିପାରିବେ । ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଉଛି । ଏବେବି ଆହୁରି ଅନେକ କିଛି ଶିଖିବାକୁ ବାକି ରହିଥିବା ସାମସନ୍ ପ୍ରକାଶ କରିଥିଲେ  ।

ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ,ପାକିସ୍ତାନ,ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ନିଜର ଏ ଟିମ୍ ପଠାଇବେ । ସେହିପରି ୟୁଏଇ, ଓମାନ ଏବଂ ହଂକଂ ସେମାନଙ୍କ ସିନିୟର ଟିମକୁ ଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତୀୟ ଟିମ୍

ଜିତେଶ ଶର୍ମା(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ନେହାଲ ଓ୍ୱାଢେରା, ପ୍ରିୟାଂଶ ଆର୍ଯ୍ୟ, ଆଶୁତୋଷ ଶର୍ମା, ନମନ ଧୀର, ସୂର୍ଯ୍ୟାଂଶ ସେଡଗେ, ରମନଦୀପ ସିଂ, ଯୁଦ୍ଧବୀର ସିଂ ଚରକ, ଯଶ ଠାକୁର, ଗୁରଜନପ୍ରିତ ସିଂ, ବିଜୟ କୁମାର ବ୍ୟସ୍କ, ହର୍ଷ ଦୁବେ, ଅଭିଷେକ ପୋରେଲ, ସୂୟଶ ଶର୍ମା