LIVE TV

ପାକିସ୍ତାନୀ ସେନା ଉପରେ TTPର ଜୋରଦାର ହମଲା, ୨ ଅଧିକାରୀ ସମେତ ୧୧ ଜଣଙ୍କ ମୃତ୍ୟୁ

NEWS7
terror attack

ନୂଆଦିଲ୍ଲୀ ୦୮/୧୦: ପାକିସ୍ତାନର ଆଫଗାନିସ୍ତାନ ସୀମାରେ ଆତଙ୍କୀ ହମଲା । ସାମରିକ କନଭୟ ଉପରେ ଆତଙ୍କବାଦୀମାନେ ଆଟାକ୍ କରିଛନ୍ତି । ଫଳରେ ନଅ ଜଣ ଅର୍ଦ୍ଧସାମରିକ ସୈନିକ ଓ ଦୁଇ ଜଣ ଅଧିକାରୀ ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପାକିସ୍ତାନୀ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ରାସ୍ତାରେ ବୋମା ଖଞ୍ଜାଯାଇଥିଲା । ପରେ କନଭୟ ଉପରେ ଗୁଳିମାଡ କରାଯାଇଥିଲା । ଏହି ଆକ୍ରମଣ ଉତ୍ତର-ପଶ୍ଚିମ ଜିଲ୍ଲା କୁର୍ରମରେ ଘଟିଛି । 

ସୂଚନା ଥାଉକି, ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଭାବରେ ଜଣାଶୁଣା ପାକିସ୍ତାନୀ ତାଲିବାନ ଗତ କିଛି ମାସ ମଧ୍ୟରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଲଗାତାର ଆକ୍ରମଣ କରିଚାଲିଛି । ଏହି ଗୋଷ୍ଠୀ ସରକାରକୁ ହଟାଇ କଠୋର ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଛି। 

ସେପଟେ ଇସଲାମାବାଦ ଅଭିଯୋଗ କରିଛି ଯେ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ସୀମାପାର ହୋଇ ପାକିସ୍ତାନ ବିରୋଧରେ ଆକ୍ରମଣ ଯୋଜନା କରୁଛନ୍ତି । ତଥାପି, କାବୁଲ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛି । ଇସଲାମାବାଦର ଗବେଷଣା ଓ ସୁରକ୍ଷା ଅଧ୍ୟୟନ କେନ୍ଦ୍ର (CRSS) ସୋମବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଗତ ତିନି ମାସ ମଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଓ ସାମରିକ କାର୍ଯ୍ୟାନୁଷ୍ଠାନରୁ ହୋଇଥିବା କ୍ଷତିର ବିବରଣୀ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଆକ୍ରମଣ ଓ ସାମରିକ କାର୍ଯ୍ୟାନୁଷ୍ଠାନ ସମେତ ମୋଟ ୩୨୯ ହିଂସାତ୍ମକ ଘଟଣାରେ ଅତି କମରେ ୯୦୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ୫୯୯ ଜଣ ଆହତ ହୋଇଛନ୍ତି । ଏହା ପୂର୍ବ ତ୍ରୈମାସିକ ତୁଳନାରେ ହିଂସାରେ ୪୬ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ସରକାରୀ ଆକଳନ କହୁ ।