LIVE TV

ଜାଫର ଏକ୍ସପ୍ରେସରେ ପୁଣି ହମ୍‌ଲା, ବିସ୍ଫୋରଣରେ ଥରିଉଠିଲା ପାକିସ୍ତାନ

NEWS7
jaffar-express

ନୂଆଦିଲ୍ଲୀ ୦୭/୧୦: ପାକିସ୍ତାନର ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ହମ୍‌ଲା । ବୋମା ବିସ୍ଫୋରଣରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଅନେକ କୋଚ୍ ଲାଇନଚ୍ୟୁତ ହୋଇଥିଲା । ତେବ ଆକ୍ରମଣ ପଛରେ ବଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ ହାତ ଥିବା ଜଣାପଡିଛି ।  ଆକ୍ରମଣ ପାଇଁ ନିଜକୁ ନିଜେ ଦାୟୀ କରିଛି ସଂଗଠନ । ବଲୁଚ୍ ସେନା ଟ୍ରାକରେ ଏକ ରିମୋଟ୍-କଣ୍ଟ୍ରୋଲ୍ ଆଇଇଡି ବୋମା ଖଞ୍ଜିଥିଲା ।

ତେବେ ଏହି ବର୍ଷ ଜାଫର ଏକ୍ସପ୍ରେସ୍ ଉପରେ ଏହା ତୃତୀୟ ବଡ଼ ଆକ୍ରମଣ।  ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ରାୱଲପିଣ୍ଡିରୁ କ୍ୱେଟା ଯାଉଥିବା ଜାଫର ଏକ୍ସପ୍ରେସ୍ ଆଇଇଡି ବିସ୍ଫୋରଣ ଯୋଗୁଁ ଲାଇନଚ୍ୟୁତ ହୋଇଥିଲା । ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା କର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ।

ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଦାବି କରିଛି ବଲୁଚ୍ ସେନା:
ଜାଫର ଏକ୍ସପ୍ରେସ ଉପରେ ଆକ୍ରମଣ ପାଇଁ ବାଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ ଦାୟୀତ୍ୱ ନେଇ କହିଛି, "ଆଜି, ବଲୁଚ୍ ରିପବ୍ଲିକାନ୍ ଗାର୍ଡସ୍ ର ସ୍ୱାଧୀନତା ସଂଗ୍ରାମୀମାନେ ସୁଲତାନ କୋଟରେ ଜାଫର ଏକ୍ସପ୍ରେସକୁ ଆଇଇଡି ବିସ୍ଫୋରଣ ସହିତ ଟାର୍ଗେଟ କରିଥିଲେ । ପାକିସ୍ତାନୀ ସୈନିକମାନେ ଟ୍ରେନରେ ଥିବା ସମୟରେ ଆକ୍ରମଣ କରାଯାଇଛି । ବିସ୍ଫୋରଣରେ ଅନେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଅନେକ ଆହତ ହୋଇଥିଲେ। ବଲୁଚ୍ ଲିବରେସନ୍ ଆର୍ମି ଏହି ଆକ୍ରମଣର ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଛି ।  

ଚଳିତ ବର୍ଷ ଜାଫର ଏକ୍ସପ୍ରେସ ଉପରେ ତୃତୀୟ ବଡ଼ ଆକ୍ରମଣ:
ଚଳିତ ବର୍ଷ ଜାଫର ଏକ୍ସପ୍ରେସ ଉପରେ ତିନିଥର ଆକ୍ରମଣ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆକ୍ରମଣ ମାର୍ଚ୍ଚ ୧୧ ତାରିଖରେ ହୋଇଥିଲା । ଯେତେବେଳେ ଟ୍ରେନ ଅପହରଣ କରାଯାଇଥିଲା। ଏହି ଆକ୍ରମଣରେ ସୁରକ୍ଷା କର୍ମୀଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ତଥାପି, ସୁରକ୍ଷା ବାହିନୀ ପରେ ପ୍ରତିଶୋଧ ନେଇ ୩୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ଏବଂ ୩୫୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଥିଲେ ।

ଅଗଷ୍ଟ ୧୦ ତାରିଖରେ, ମାସ୍ତୁଙ୍ଗରେ ଏକ ଆଇଇଡି ବୋମା ୬ଟି କୋଚ୍ ଲାଇନଚ୍ୟୁତ କରିଥିଲା । ଯେଉଁଥିରେ ଚାରି ଜଣ ଆହତ ହୋଇଥିଲେ। ଜୁନ୍ ୨୦୨୫ରେ, ସିନ୍ଧର ଜାକୋବାବାଦ ଜିଲ୍ଲାରେ ଆଉ ଏକ ବିସ୍ଫୋରଣ ଜାଫର ଏକ୍ସପ୍ରେସର ଚାରୋଟି କୋଚ୍ ଲାଇନଚ୍ୟୁତ କରିଥିଲା । ଯଦିଓ କେହି ଗୁରୁତର ଆହତ ହୋଇ ନଥିଲେ।