LIVE TV

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟକା , ଲାଇଭ୍‌ ଅପମାନ କଲେ ରୁଷୀୟ ରାଷ୍ଟ୍ରଦୂତ

NEWS7
Russian Ambassador in pakistan

ନୂଆଦିଲ୍ଲୀ : ସାରାବିଶ୍ୱରେ ଆତଙ୍କବାଦ ବିସ୍ତାର ପାଇଁ କୁଖ୍ୟାତ ପାକିସ୍ତାନ ନିକଟରେ ଭାରତ ଠାରୁ ଅପରେସନ ସିନ୍ଦୂରରେ ଜୋରଦାର ପରାସ୍ତ ହେବା ପରେ ମଧ୍ୟ ସୁଧୁରି ନାହିଁ। ସମୟ ଅନ୍ତରରେ କାଶ୍ମୀର ପ୍ରସଙ୍ଗ ଉଠାଇବାରେ ଲାଗିଛି , ଭାରତକୁ ଟାର୍ଗେଟ କରୁଛି। ଏହିଥର ପାକିସ୍ତାନୀ ନ୍ୟୁଜ୍‌ ଆଙ୍କରଙ୍କୁ ରୁଷୀୟ ରାଷ୍ଟ୍ରଦୂତଙ୍କ ସାମ୍ନାରେ କାଶ୍ମୀରର ପ୍ରସଙ୍ଗ ଉଠାଇବା ପଡ଼ିଛି ମହଙ୍ଗା । ଅପମାନରେ ମୁହଁ ଫିକା ପଡ଼ି ଯାଇଛି। ରୁଷ୍‌ ଭାରତର ସମର୍ଥନ କରି ପାକିସ୍ତାନକୁ ସ୍ପଷ୍ଟ ଭାବେ କହିଛି ଯେ, ଏହି ପ୍ରସଙ୍ଗ ଦ୍ୱିପାକ୍ଷୀୟ ମାମଲା। ଏହାର ତୃତୀୟ ପକ୍ଷର ଭୂମିକା ନାହିଁ।

ଲାଇଭ୍‌ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ ପ୍ରକାଶିତ ସୂଚନା ଅନୁସାରେ , ପାକିସ୍ତାନୀ ନ୍ୟୁଜ୍‌ ଆଙ୍କର ଏକ ଶୋ’ରେ ରୁଷୀୟ ରାଷ୍ଟ୍ରଦୂତ ଅଲବର୍ଟ ଖୋରେଭ୍‌ଙ୍କ ସହ କଥା ହୋଇଥିଲେ। ଏଥିରେ ସେ କାଶ୍ମୀର ପ୍ରସଙ୍ଗ ଉଠାଇ ଥିଲେ ଏବଂ ଆଶା ଥିଲା କି ରୁଷୀୟ ରାଷ୍ଟ୍ରଦୂତ ତାଙ୍କର କାର୍ଯ୍ୟକ୍ରମକୁ ଆସିଛନ୍ତି , ଏଥିପାଇଁ ହୋଇପାରେ ସେ ତାଙ୍କ ପକ୍ଷରୁ କିଛି କହିବେ। ଆଙ୍କର ପଚାରି ଥିଲେ ଯେ, ଆପଣ କଣ ଭାବୁଛନ୍ତି ଯେ, ୟୁଏନର ପ୍ରସ୍ତାବ ଅନୁସାରେ , କାଶ୍ମୀର ବିବାଦକୁ ସମାଧାନ କରିବାରେ ଭାରତର ଦ୍ୱିଧାରେ ପରମାଣୁ ଯୁଦ୍ଧ ହୋଇପାରେ ?

ଏହା ଉପରେ ଇସଲାମାବାଦରେ ରୁଷୀୟ ରାଷ୍ଟ୍ରଦୂତ ରୂପେ କାର୍ଯ୍ୟରତ ଅଲବର୍ଟ ଖୋରେଭ୍‌ ଜବାବ ଦେଇ କହିଥିଲେ ଯେ, ରୁଷ୍‌ ମତରେ ପାକିସ୍ତାନ ଓ ଭାରତକୁ କାଶ୍ମୀର ବିବାଦ କେବଳ ଦ୍ୱିପାକ୍ଷୀୟ ଉପାୟରେ ହିଁ ସମାଧାନ କରିବା ଉଚିତ୍‌। ଆମର ବିଶ୍ୱାସ ଯେ , ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ କାଶ୍ମୀର ପ୍ରସଙ୍ଗର ସମାଧାନ ପ୍ରଭାବିତ ହୋଇଛି। ପ୍ରକୃତ କଥା ହେଲା , ପାକିସ୍ତାନ ସମୟାନୁସାରେ କାଶ୍ମୀର ପ୍ରସଙ୍ଗର ଅନ୍ତରାଷ୍ଟ୍ରୀୟକରଣ କରିବାର ଚେଷ୍ଟାରେ ଲାଗି ରହିଥାଏ। କେବେ ସେ ଆମେରିକାର ଶରଣରେ ଯାଇଥାଏ ତ କେବେ ତୁର୍କୀର ଅର୍ଦୋଗାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋତନା କରିଥାଏ। ହେଲେ ଭାରତ ସ୍ପଷ୍ଟ କରିଦେଇଛି ଯେ ଏବେ ଜମ୍ମୁ-କାଶ୍ମୀର ଉପରେ କୌଣସି ଆଲୋଚନା ହେବ ନାହିଁ । ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଂଶ।

ଉଲ୍ଲେଖନୀୟ ଯେ, ଅପ୍ରେଲ ମାସରେ ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଭାରତ ପ୍ରଥମେ ପାକିସ୍ତାନ ବିପକ୍ଷରେ ସିନ୍ଧୁ ଜଳଚୁକ୍ତି ବାତିଲ କରିବାକୁ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା ଏବଂ  ଏହାପରେ ୭ ମେ’ର ରାତିରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଓ ପିଓକେରେ ଥିବା ନଅଟି ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍‌ କରି ଥିଲା। ଏଥିରେ  ଲଶ୍କର ଓ ଜୈଶ୍‌ର ୧୦୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିଲେ। ପାକିସ୍ତାନ ମଧ୍ୟ ଚୀନ ଓ ତୁର୍କୀର ସାହାଯ୍ୟରେ ଭାରତ ଉପରେ ଆକ୍ରମଣର ଅସଫଳ ପ୍ରୟାସ କରିଥିଲା , କେବେ ସଫଳ ହୋଇ ପାରି ନଥିଲା। ଏହାପରେ ଭାରତ ପାକିସ୍ତାନର ଅନେକ ଏୟାରବେସ୍‌ରେ  ମିସାଇଲ ଓ ଡ୍ରୋନ୍‌ ମାଡ଼ କରି ତାକୁ ମଧ୍ୟ ଧ୍ୱଂସ କରିଦେଇଥିଲା। ଏହାର ୪ଦିନ ପରେ ପାକିସ୍ତାନ ଭୟଭୀତ ହୋଇ ଭାରତ ପାଖରେ ଅସ୍ତ୍ରବିରତି ଦାବି କରିଥିଲା।