LIVE TV

ଘାଟି ଚଢୁଥିବା ବେଳେ ବସ୍‌ରେ ଲାଗିଲା ନିଆଁ, ହୁତୁ ହୁତୁ ଜଳିଗଲା ପୁରା ବସ୍

NEWS7
padma-shri-nominee-adwaita-gadanayak-felicated-by-charu-and-karukala-college-bhubaneswar-

ପଟ୍ଟାଙ୍ଗୀ ୦୬।୧୧ : ବସ୍‌ରେ ଲାଗିଲା ନିଆଁ । ବିଚ୍‌ ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ଯାତ୍ରୀ ବାହୀ ବସ୍‌ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ସାଲୁର ଘାଟିରେ ଚଢୁଥିବା ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିବା ଯୋଗୁ ହୁତୁ ହୋଇ ଜଳିଯାଇଛି । ଡ୍ରାଇଭର-ହେଲପର ସହ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ଖବର ଅନୁଯାୟୀ, ଗୁରୁବାର ଭୋର ପ୍ରାୟ ୫ଟା ସମୟରେ ଓଡ଼ିଶାର ଏକ ବସ୍‌ ବିଜୟନଗର ଠାରୁ ଜୟପୁର ଅଭିମୁଖେ ବାହାରିଥିଲା । ଆନ୍ଧ୍ର ସୀମାନ୍ତ କୋନାଓ୍ୱାଲାସ ପ୍ରଥମ ଘାଟି ଚଢୁଥିବା ସମୟରେ ହଠାତ୍‌ ଇଞ୍ଜିନ୍‌ରୁ ଧୁଆଁ ବାହାରିଥିଲା । ଯାହାକୁ ଡ୍ରାଇଭର ଦେଖି ଗାଡ଼ିକୁ ରାସ୍ତାକଡ଼ରେ ଛିଡ଼ା କରି ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିଥିଲେ । ଦେଖୁ ଦେଖୁ ବସ୍‌ରେ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ଏହାପରେ ତୁରନ୍ତ ଆନ୍ଧ୍ରପ୍ରଦେଶ ସାଲୁରର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ନିଆଁ ଲାଗିଥିବାର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ପ୍ରୟାସ ଆରମ୍ଭ କରିଥିଲା । ହେଲେ ବସ୍‌ଟି ହୁତୁ ହୋଇ ଜଳିବାରେ ଲାଗିଥିଲା । ଇଞ୍ଜିନ ସର୍ଟସର୍କିଟ୍‌ ଲାଗି ବସ୍‌ରେ ନିଆଁ ଲାଗିଥିବା ସୂଚନା ରହିଛି । ସେପଟେ ଆନ୍ଧ୍ରର ପାସିପେନ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।