ରାଇରଙ୍ଗପୁର ୬।୫: ଦିନ ଦ୍ୱିପ୍ରହରରେ ଗୁଳି ଫୁଟାଇ ଲୁଟି ନେଲେ ନଗଦ ଟଙ୍କା । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଗୋରୁମହିଷାଣୀ ବଜାରରେ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ବେଳେ ଗୋରୁମହିଷାଣୀ ସ୍ଥିତ ଏକ ବିଦେଶୀ ଦୋକାନକୁ ୪-୫ ଜଣ ଆସି ମଦ ମାଗିଥିଲେ । ଦୋକାନୀ ମଦ ଆଣିବାକୁ ବୁଲିବା ସମୟରେ ପଛପଟୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ । ଦୋକାନୀ ଜଣଙ୍କ ତଳେ ପଡ଼ିଯିବା ପରେ ଦୋକାନ ଭିତରେ ପଶି ସମସ୍ତ ଡ୍ରରେ ଥିବା ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଦୋକାନୀ ଜଣଙ୍କ ହେଲେ ସବ୍ୟସାଚୀ ମହାନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।
You Can Read:
ଚୋରା ମୋବାଇଲ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ, ୧୮ ସ୍ମାର୍ଟଫୋନ୍ ଜବତ