ରାଜ୍ୟରେ ହେବ ପଟ୍ଟା କରେକ୍ସନ, ୪ ଡିସିମିଲ୍‌ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା

Published By : Prameya-News7 Bureau | May 19, 2025 IST

ଭୁବନେଶ୍ୱର ୧୯/୦୫: ରାଜ୍ୟରେ ହେବ ପଟ୍ଟା କରେକ୍ସନ । ଯାହାର ୪ ଡିସମିଲ ଜାଗାରୁ କମ ଥିବ, ତାକୁ ମଧ୍ୟ ଭୂମିହୀନ ଭାବରେ ଗଣନା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ । ସେ କହିଛନ୍ତି, ଘର ଘର ଯାଇ ତଥ୍ୟ ସଂଗ୍ରହ କରିବ ରାଜସ୍ବ ବିଭାଗ । 

ଅଜା ବାପାଙ୍କ ଦେହାନ୍ତ ପରେ ପୁଅ ନାତି  ଓ ଝିଅଙ୍କ ନାମକୁ ପଟ୍ଟା ଚଢ଼ାଯିବ। ଓଡ଼ିଶା ଲ୍ୟାଣ୍ଡ ସେଟଲମେଣ୍ଟ ରୁଲେ ୧୯୮୩ରେ ସଂଶୋଧନ ଅଣାଯିବ। ବିବାହିତ ଝିଅମାନଙ୍କୁ ଏଥିରେ ସାମିଲ କରାଯିବ। ଭୂମିହୀନ ପରିଭାଷା ପରିବର୍ତ୍ତନ ହେବ । ୪ ଡିସିମିଲ ରୁ କମ ଥିବା ଜମି ମାଲିକଙ୍କୁ ସରକାର ଜମ ଦେବେ। 

କଲମ ୨ସଂଶୋଧନ ଅଣାଯିବ । ୨ ଡିସିମିଲ ଜାଗା ଥିବା ବ୍ୟକ୍ତି ସରକାରଙ୍କୁ ଫେରାଇ ଅନ୍ୟ ସ୍ଥାନରେ ତାଙ୍କୁ ସରକାର ୪ ଡିସିମିଲ ଜାଗା ଯୋଗେଇ ଦେବାକୁ ଯୋଜନା କରିଚି ରାଜସ୍ୱ ବିଭାଗ । ଜମିହୀନଙ୍କୁ ଠାବ କରିବାକୁ ତହସିଲଦାରଙ୍କୁ ଦାୟିତ୍ଵ ଦିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.