ଇ-ରିକ୍ସା ଚାର୍ଜିଂ ସମୟରେ ଲାଗିଲା ନିଆଁ, ୨ ପିଲାଙ୍କ ସମେତ ଜଳିଗଲେ ୬ ଜଣ

Published By : Prameya-News7 Bureau | May 19, 2025 IST

ମୁମ୍ଵାଇ ୧୯।୦୫; ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଇ-ରିକ୍ସା ଚାର୍ଜ ହେଉଥିବା ସମୟରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଶ୍ୱାସରୁଦ୍ଧ ହେବା କାରଣରୁ ଦୁଇ ପିଲାଙ୍କ ସମେତ ଛଅ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ ପରିବାରର ସମସ୍ତ ସଦସ୍ୟ ପାଖ ରୁମ୍‌ରେ ଶୋଇଥିଲେ।  ପୀଡିତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଦିଲ୍ଲୀ ପୋଲିସ ଘଟଣା ବିଷୟରେ ସୂଚନା ଦେଇଛି।

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ୍ ବୋଲି ଜଣାପଡ଼ିଛି। ଅଗ୍ନିକାଣ୍ଡ ଘଟଣାରେ ପୋଡ଼ିଯାଇଥିବା ଲୋକମାନଙ୍କୁ ଚିକିତ୍ସା ପାଇଁ GTB ହସ୍ପିଟାଲକୁ ପଠାଯାଇଛି। ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୩୦ ବର୍ଷୀୟ ସନି। ଘଟଣା ସମୟରେ ପରିବାରର ସଦସ୍ୟମାନେ ପାଖ ରୁମ୍‌ରେ ଶୋଇଥିଲେ। ଯେଉଁଠାରେ ଇ-ରିକ୍ସାକୁ ଚାର୍ଜ କରାଯାଇଥିଲା। ପରିବାରର ସମସ୍ତ ସଦସ୍ୟ ଶୋଇପଡ଼ିଥିବାରୁ ସର୍ଟସର୍କିଟ୍‌ ବିଷୟରେ ଜାଣିପାରି ନଥିଲେ ଏବଂ ଛଅ ଜଣ ପୋଡ଼ି ହୋଇ ଯାଇଥିଲେ।

ଅଗ୍ନିକାଣ୍ଡ ସମ୍ପର୍କରେ ୧୮ ମେ ଦିନ ଅପରାହ୍ନ ୩.୫୦ ରେ ଏକ ପୋଲିସ୍‌କୁ କଲ୍ ଆସିଥିଲା। ସୂଚନା ପାଇବା ପରେ ତୁରନ୍ତ ASI ଘଟଣାସ୍ଥଳରେ ପହଞ୍ଚିଥିଲେ। ASIଙ୍କ ଅନୁଯାୟୀ ଦୁର୍ଘଟଣାରେ କେବଳ ୩୦ ସନି ୫ ରୁ ୧୦ ପ୍ରତିଶତ ପୋଡ଼ି ଯାଇଥିଲେ। ଅନ୍ୟମାନେ କୌଣସି ବାହ୍ୟ ଆଘାତ ପାଇ ନାହାଁନ୍ତି। ସମସ୍ତଙ୍କୁ GTB ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପୋଲିସ ଷ୍ଟେସନ ମାମଲା ରୁଜୁ କରି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.