Oppo K13 Turbo ସିରିଜ୍ ଲଞ୍ଚ୍‌: ସ୍ନାପଡ୍ରାଗନର ପାୱାରଫୁଲ ଚିପସେଟ୍ ସହ ରହିଛି ଆକ୍ଠିଭ୍ କୁଲିଂ ସିଷ୍ଟମ୍‌

Published By : Prameya-News7 Bureau | August 11, 2025 IST

internet

ନୂଆଦିଲ୍ଲୀ: ସୋମବାର ଭାରତରେ ଲଞ୍ଚ ହୋଇଛି Oppo K13 Turbo ସିରିଜ୍। ଏହି ସ୍ମାର୍ଟଫୋନ୍ ସିରିଜ୍‌ରେ କମ୍ପାନୀ ଦୁଇଟି ଭ୍ୟାରିଏଣ୍ଟ Oppo K13 Turbo ଓ Oppo K13 Turbo Pro ଲଞ୍ଚ କରିଥିବା ବେଳେ ୩ କଲର ଅପସନରେ ଫୋନ୍ ବଜାରରେ ଉପଲବ୍ଧ ହେବ। ଉଭୟ ମଡେଲରେ ଆକ୍ଟିଭ କୁଲିଂ ସିଷ୍ଟମ ରହିଛି, ଯାହା ବିଲ୍ଟ-ଇନ୍ ସେଣ୍ଟ୍ରିଫୁଗାଲ୍ ଫ୍ୟାନ୍ ଫୋନ୍‌କୁ କୁଲ୍ କରିବ।  

ମୂଲ୍ୟ କେତେ ହେବ ?

Oppo K13 Turbo Proର ୮ଜିବି ରାମ + ୨୫୬ଜିବି ଷ୍ଟୋରେଜ୍ ଥିବା ମଡେଲ୍‌ର ଦାମ ୩୭,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ସମାନ ଷ୍ଟୋରେଜ୍ କ୍ଷମତା ସହିତ ହ୍ୟାଣ୍ଡସେଟର ୧୨ଜିବି ରାମ ଭାରିଆଣ୍ଟର ମୂଲ୍ୟ ୩୯,୯୯୯ ଟଙ୍କା ହୋଇପାରେ। ସେହିପରି Oppo K13 Turbo ର ୮ଜିବି ରାମ ଓ ୧୨୮ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜ୍ ବାଲା ମଡେଲର ଦାମ ଯଥାକ୍ରମେ ୨୭,୯୯୯ ଟଙ୍କା ଏବଂ ୨୯,୯୯୯ ଟଙ୍କା ରଖାଯାଇଛି।

ଫିଚର୍ସ ଓ ସ୍ପେଶିଫିକେସନ

Oppo K13 ଟର୍ବୋ ସିରିଜ୍ ୬.୮୦-ଇଞ୍ଚ ଆମୋଲେଡ୍ ସ୍କ୍ରିନ୍ ସହିତ ୧୨୦ହର୍ଟ୍ସ ରିଫ୍ରେସ୍ ରେଟ୍, ୨୪୦ ହର୍ଟ୍ସ ଟଚ୍ ସାମ୍ପଲିଂ ରେଟ୍ ଏବଂ ୧,୬୦୦ ନିଟ୍ସ ପର୍ଯ୍ୟନ୍ତ ଗ୍ଲୋବାଲ୍ ପିକ୍ ବ୍ରାଇଟନେସ୍ ଦିଆଯାଇଛି। ତେବେ ଦୁଇଟି ବ୍ୟାରିଏଣ୍ଟରେ ଚିପ୍‌ସେଟ୍ ଓ ଅନ୍ୟାନ୍ୟ ଫିଚର୍ସ ଅଲଗା ଅଲଗା ରହିଛି। 
K13 ଟର୍ବୋ ପ୍ରୋ ଭାରିଆଣ୍ଟରେ ସ୍ନାପଡ୍ରାଗନ୍ 8s Gen 4 ଚିପସେଟ୍ ସହିତ ୧୬ଜିବି ପର୍ଯ୍ୟନ୍ତ LPDDR5X RAM ଏବଂ ୫୧୨GB ପର୍ଯ୍ୟନ୍ତ UFS 4.0 ଅନବୋର୍ଡ ଷ୍ଟୋରେଜ୍ ରହିଛି। 
ହେଲେ K13 Turbo ରେ ମିଡିଆଟେକ୍ ଡାଇମେନସିଟି ୮୪୫୦ ଚିପସେଟ୍ ସହିତ ୧୬ ଜିବି ପର୍ଯ୍ୟନ୍ତ LPDDR5X RAM ଏବଂ ୫୧୨ଜିବି ପର୍ଯ୍ୟନ୍ତ UFS 3.1 ଇନବିଲ୍ଟ ଷ୍ଟୋରେଜ୍ ରହିଛି। ଉଭୟ ହ୍ୟାଣ୍ଡସେଟ୍ Android 15 ଉପରେ ଆଧାରିତ ColorOS 15 ରେ ଉପଲବ୍ଧ ହେବ। 

କ୍ୟାମେରା ପାଇଁ, Oppo K13 ରେ ଡୁଆଲ୍ ରିଅର୍ କ୍ୟାମେରା ସିଷ୍ଟମ୍ ରହିଛି ଯେଉଁଥିରେ ୫୦-ମେଗାପିକ୍ସେଲ୍‌ ରିୟର କ୍ୟାମେରା ଏବଂ ୨-ମେଗାପିକ୍ସେଲ୍‌ ସେକେଣ୍ଡାରେ  ସେନ୍ସର୍ ରହିଛି। ସେଲ୍ଫି ଏବଂ ଭିଡିଓ ଚାଟ୍ ପାଇଁ ଉଭୟ ହ୍ୟାଣ୍ଡସେଟ୍‌ରେ ୧୬-ମେଗାପିକ୍ସେଲ୍‌ ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ଦିଆଯାଇଛି। Oppo K13 Turbo ଏବଂ Oppo K13 Turbo Pro ରେ ୮୦ ୱାଟ ୱାୟର୍ଡ ସ୍ପିଡ୍ ଚାର୍ଜିଂ ସପୋର୍ଟ ଦିଆଯାଇଥିବା ବେଳେ ୭,୦୦୦mAh ବ୍ୟାଟେରୀ ରହିଛି। କନେକ୍ଟିଭିଟି ପାଇଁ ଉଭୟ ଫୋନରେ 5G, 4G, Wi-Fi 7, Bluetooth 5.4, GPS, NFC ଏବଂ USB Type-C ଦିଆଯାଇଛି।

K13 Turbo Pro 5G ସିଲଭର ନାଇଟ୍, ପର୍ପଲ ଫ୍ୟାଣ୍ଟମ୍, ମିଡନାଇଟ୍ ମାଭେରିକ୍ ରଙ୍ଗରେ ମିଳିବ। K13 Turbo 5G ଟର୍ବୋ ଲ୍ୟୁମିନାସ୍ ରିଙ୍ଗ ସହିତ ଏବଂ ୩ କଲର ଅପସନ ବିକଳ୍ପରେ ହ୍ୱାଇଟ୍ ନାଇଟ୍, ପର୍ପଲ ଫ୍ୟାଣ୍ଟମ୍ ଏବଂ ମିଡନାଇଟ୍ ମାଭେରିକ୍ କଲରେ ଉପଲବ୍ଧ ହେବ। ଉଭୟ ସ୍ମାର୍ଟଫୋନର ପ୍ରି-ବୁକିଂ ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହେବ, K13 Turbo Pro 5G ଅଗଷ୍ଟ ୧୫ ତାରିଖରୁ ଏବଂ K13 Turbo 5G ଅଗଷ୍ଟ ୧୮ ତାରିଖରୁ Flipkart, Flipkart Minutes, Oppo India e-store ଏବଂ ରିଟେଲ ଷ୍ଟୋରଗୁଡ଼ିକରେ ବିକ୍ରି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.