ନୋବେଲ ପାଇଁ ଆମେରିକା ରାଷ୍ଟ୍ରପତି କେତେ ଉତ୍ସୁକ ? ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ବାଚଳାମୀର ଆଉ ଏକ ଉଦାହରଣ

NEWS7
one-person-died-in-road-accident-at-naranpur-area-of-keunjhar

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ କେତେ ଉତ୍ସାହୀ ? ତାହା କାହାରିକୁ ଅଛପା ନାହିଁ। ଟ୍ରମ୍ପ ବାରମ୍ବାର ଏହି ପୁରସ୍କାର ପାଇଁ ଦାବି କରିଆସୁଥିଲେବି, ୨୦୨୫ରେ ଟ୍ରମ୍ପ ଏହି ପୁରସ୍କାର ପାଇପାରିନଥିଲେ। ଯାହାକୁ ନେଇ ଏବେବି ଟ୍ରମ୍ପ ଖପ୍ପା ଅଛନ୍ତି। ଆଉ ନିକଟରେ ଏକ ଚିଠିରେ ଟ୍ରମ୍ପ ନୋବେଲ ପୁରସ୍କାରକୁ ନେଇ କ’ଣ କହିଥିଲେ ତାହା ଲିକ୍ ହୋଇଛି। ଯାହାକୁ ନେଇ ପୁଣି ଚର୍ଚ୍ଚା ହେଉଛି।

ପିବିଏସର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ନମିଳିବାକୁ ନେଇ ଅସନ୍ତୋଷ ଜାହିର କରି ନରଓ୍ବେର ପିଏମ ଜେନାସ ଷ୍ଟୋରେଙ୍କୁ ଏକ ଚିଠି ଲେଖିଥିଲେ। ଚିଠିରେ ଟ୍ରମ୍ପ ନୋବେଲ ପୁରସ୍କାର ଦିଆନଯିବା କଥା କହିଥିଲେ। ଟ୍ରମ୍ପ କହିଥିଲେ, ନୋବେଲ କମିଟିରେ ନରଓ୍ବେ ସରକାରଙ୍କ ଭୂମିକାକୁ ନିଜ ଦେଶ ବିଦେଶ ନୀତି ସହ ମଧ୍ୟ ଯୋଡ଼ିଛନ୍ତି। ଟ୍ରମ୍ପ ଲେଖିଥିଲେ ‘ ଆପଣଙ୍କ ଦେଶ ମତେ ୮ରୁ ଅଧିକ ଯୁଦ୍ଧ ରୋକିବା ପରେ ବି ନୋବେଲ ଶାନ୍ତି ପୁରସ୍କାର ନଦେବାକୁ ନିଷ୍ପତ୍ତି ନେଇଛି। ତେଣୁ ଏବେ ମତେ କେବଳ ଶାନ୍ତି ବିଷୟରେ ଭାବିବାର କୌଣସି ବାଧ୍ୟତା ଅନୁଭବ ହେଉନାହିଁ। ଅବଶ୍ୟ ଶାନ୍ତି ସବୁବେଳେ ସର୍ବୋପରି ରହିବ। କିନ୍ତୁ ଏବେ ଏନେଇ ଭାବିପାରିବି ଯେ, ଯୁକ୍ତରାଷ୍ଟ୍ର ଆମେରିକା ପାଇଁ କ’ଣ ଭଲ ଏବଂ ଉଚିତ ।

ଟ୍ରମ୍ପ ଆହୁରି ମଧ୍ୟ ଗ୍ରୀନଲାଣ୍ଡ ଉପରେ ଡେନମାର୍କର ସାର୍ବଭୌମତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ‘‘ଡେନମାର୍କ ଏକାକୀ ଚୀନ ଏବଂ ରୁଷ ଭଳି ଶକ୍ତିରୁ ଗ୍ରୀନଲାଣ୍ଡର ରକ୍ଷା କରିପାରିବେନି। ଏମିତିରେ ବି ତାଙ୍କ ପାଖରେ ଗ୍ରୀନଲ୍ୟାଣ୍ଡ୍ର ସ୍ବାମିତ୍ବର କୌଣସି ଅଧିକାର କ’ଣ ଅଛି ? ତାଙ୍କ ପାଖରେ କୌଣସି ଲିଖିତ ଦସ୍ତାବିଜ ନାହିଁ। କେବଳ ଏତିକି ଅଛି ଅନେକ ବର୍ଷ ପୂର୍ବରୁ ଏକ ଡଙ୍ଗା ସେଠାରେ ଅଟକିଥିଲା। ଆମର ବି ଅନେକ ଡଙ୍ଗା ସେଠାରେ ଓହ୍ଲାଉଥିଲା।’’

ନାଟୋରେ ଆମେରିକାର ଭୂମିକା ଉପରେ କହି ଟ୍ରମ୍ପ କହିଛନ୍ତି ‘ନାଟୋର ସ୍ଥାପନା ପରେ ଆମେରିକା କୌଣସି ମଧ୍ୟ ଅନ୍ୟ ଦେଶ ତୁଳନାରେ ଏହାର ଅଧିକ କାମ କରିଛନ୍ତି। ଆଉ ଏବେ ନାଟୋକୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ପାଇଁ କିଛି କରିବା ଦରକାର। ଯେପର୍ଯ୍ୟନ୍ତ ଗ୍ରୀନଲାଣ୍ଡ୍ ଉପରେ ଆମେରିକା ପୂର୍ଣ୍ଣ ନିୟନ୍ତ୍ରଣ ନହେଉଛି। ସେପର୍ଯ୍ୟନ୍ତ ଦୁନିଆ ସୁରକ୍ଷିତ ରହିବନି।’’