ବାଲିଯାତ୍ରା ୨୦୨୫
LIVE TV

ଅଭିଯୁକ୍ତ ଶିବଶଙ୍କର ଦାଶଙ୍କ ପାଇଁ ପିଟିସନ, ଏସବୁ ସୁବିଧା ଦେବାକୁ କୋର୍ଟରେ ଦାବି

NEWS7
one-mruta-and-two-injured-in-elephant-attack-in-balanga-of-puri

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ପକ୍ଷରୁ ଏସଡିଜେଏମ କୋର୍ଟରେ ପିଟିସନ ଦାୟର କରାଯାଇଛି। ପିଣ୍ଟୁ ବର୍ତ୍ତମାନ ଫୁଲବାଣୀ  ଜେଲରେ ଅଛନ୍ତି। ପିଣ୍ଟୁଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଖାଦ୍ୟ, ଜୋତା ପିନ୍ଧିବାକୁ ସୁଯୋଗ ଦେବାକୁ ପିଟିସନ କରିଛନ୍ତି ପିଣ୍ଟୁଙ୍କ ଓକିଲ।

ଫୁଲବାଣୀ ଜେଲରେ ଥିବା ଅଭିଯୁକ୍ତ ପୂର୍ବତନ ମେୟର  ପିଣ୍ଟୁ ଦାଶଙ୍କ ପାଇଁ ଏସ ଡି ଜେ ଏମ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ପିଣ୍ଟୁଙ୍କ ଓକିଲ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ପିଟିସନ ଦାଖଲ କରିଛନ୍ତି। ପିଣ୍ଟୁଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଖାଦ୍ୟ ସହ ଜୋତା ପିନ୍ଧିବାକୁ ସୁଯୋଗ ଦେବାକୁ  ପିଟିସନ ମାଧ୍ୟମରେ ଅନୁରୋଧ କରିଛନ୍ତି। ଏଥିସହ ବ୍ରାହ୍ମଣ ନୀତି ନିୟମ ଅନୁସାରେ କାନରେ ରିଙ୍ଗ ଲଗାଇବାକୁ ଅନୁମତି ଦେବାକୁ ପିଟସନରେ ନିବେଦନ କରିଛନ୍ତି।

ପରିବାର ଲୋକଙ୍କ ସହ ଭିଡିଓ କନଫରେନ୍ସିଂରେ କଥାବାର୍ତ୍ତା କରିବାକୁ ଅନୁମତି ପାଇଁ ପିଟିସନରେ ନିବେଦନ କରାଯାଇଛି। ଏହି ପିଟିସନକୁ ନେଇ ଏସଡିଜେଏମ କୋର୍ଟ ରେ ଶୁଣାଣୀ ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ଥିବା ନେଇ ପିଣ୍ଟୁଙ୍କ ଓକିଲ କହିଛନ୍ତି।

ସୂଚନାଯୋଗ୍ୟ, ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲକୁ ଯାଇଥିଲେ ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଦାସ । ପୋଲିସ ଏସକର୍ଟରେ ତାଙ୍କୁ ଫୁଲବାଣୀ ଜେଲ୍ ନିଆଯାଇଥିଲା। ପୀତବାସ ପଣ୍ଡା ହତ୍ୟା ମାମଲାରେ ପିଣ୍ଟୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ ପିଣ୍ଟୁ । ତେବେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପିଣ୍ଟୁ ଦାସଙ୍କ ସୁରକ୍ଷା ନେଇ SDJM କୋର୍ଟରେ ପିଟିସନ ଦାଖଲ ହୋଇଥିଲା ।