LIVE TV

ଖର୍ଚ୍ଚ କମାଇବାକୁ ନେସଲେର ବଡ଼ ନିଷ୍ପତ୍ତି, କରିବ ହଜାର ହଜାର ଛଟେଇ

NEWS7
one-died-falling-of-tree-branch-on-head-in-kendrapara

ନୂଆଦିଲ୍ଲୀ: ପ୍ରତିଷ୍ଠିତ ସ୍ବିସ୍ କମ୍ପାନି ନେସଲେର ବଡ଼ ନିଷ୍ପତ୍ତି। କମ୍ପାନି ବିଶ୍ବରେ ଥିବା ଏହାର ଓ୍ବାର୍କଫୋର୍ସରୁ ପ୍ରାୟ ୧୬ ହଜାର କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା କରୁଛି। ଏଭଳି ନିଷ୍ପତ୍ତି ନେବା ପଛର କାରଣ ବିଷୟରେ ମଧ୍ୟ କମ୍ପାନି କହିଛି। କମ୍ପାନି କହିଛି ଆର୍ଥିକ ପ୍ରଦର୍ଶନରେ ସୁଧାର ପାଇଁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଗୁରୁବାର କମ୍ପାନି ଦେଇଥିବା ସୂଚନା ଅନୁସାରେ, ଆଗାମୀ ଦୁଇ ବର୍ଷରେ ଏସବୁ ଛଟେଇ ହେବ। ସ୍ବିସ କମ୍ପାନି କହିଛି ଯେ, ଆସନ୍ତା ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ କମ୍ କରିବା ଲକ୍ଷ୍ୟକୁ ବଢ଼ାଇ ୩ ବିଲିୟନ ସ୍ବିସ୍ ଫ୍ରାଙ୍କ୍‌ ବା ୩.୭୬ ବିଲିୟନ ଡଲାର କରିବ। ପୂର୍ବରୁ ଏହି ଲକ୍ଷ୍ୟ ୨.୫ ଲକ୍ଷ ବିଲିୟନ ସ୍ବିସ ଫ୍ରାଙ୍କ ବା ୩.୧୩ ବିଲିୟନ ଡଲାର ରହିଥିଲା। କମ୍ପାନି ଆହୁରି କହିଛି, ଏହି ଛଟେଇ କାରଣରୁ ଆସନ୍ତା ବର୍ଷ ଶେଷ ସୁଦ୍ଧା ୧ ବିଲିୟନ ସ୍ବିସ ଫ୍ରାଙ୍କ୍ ବା ୧.୨୫ ବିଲିୟନ ଡଲାରର ବାର୍ଷିକ ସଞ୍ଚୟ ହେବା ନେଇ ଅନୁମାନ ରହିଛି।

ପ୍ରକୃତରେ ନେସଲେ ମଧ୍ୟ ଅନ୍ୟ ଖାଦ୍ୟ ନିର୍ମାତାଙ୍କ ଭଳି ବାହ୍ୟ ଚାଲେଞ୍ଜର ସାମ୍‌ନା କରୁଛି। ଏଥିରେ ସାମଗ୍ରୀର ବଢ଼ଥିବା ଖର୍ଚ୍ଚ ଏବଂ ଟାରିଫ୍‌ର ନକାରାତ୍ମକ ପ୍ରଭାବ ସାମିଲ ରହିଛି। ପୂର୍ବରୁ ଜୁଲାଇରେ କମ୍ପାନି ଜୁଲାଇ ମାସରେ ଏକ ବିବୃତ୍ତି କହିଥିଲା ଯେ, କଫି ଏବଂ କେକୋର ବର୍ଦ୍ଧିତ ଖର୍ଚ୍ଚ ଭରଣା ପାଇଁ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ପଡ଼ିଛି

ସୂଚନାଥାଉକି, ଗତ ମାସରେ କମ୍ପାନି ବିବାଦ କାରଣରୁ ଏହାର ସିଇଓ ଲରେଣ୍ଟ ଫ୍ରେକ୍ସଙ୍କ ଗତ ମାସରେ ଚାକିରିରୁ ବିଦା କରିଥିଲା। ଫ୍ରେକ୍ସ ପ୍ରାୟ ୧ ବର୍ଷ ଏହି ପଦରେ ରହିଥିଲେ। ତାଙ୍କ ସ୍ଥାନରେ ଫିଲିପ ନଭରାତିଲଙ୍କୁ ନିଯୁକ୍ତ କରାଯାଇଥିଲା।ଫ୍ରେକ୍ସଙ୍କୁ ପଦରୁ ହଟାଯିବାର କିଛି ଦିନ ପରେ ଅଧ୍ୟକ୍ଷ ପଲ ବୁଲ୍କେ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ନଭରାତିଲ ଏକ ବିବୃତ୍ତିରେ କହିଛନ୍ତି ‘ଦୁନିଆର ବଦଳୁଛି ଏବଂ ନେସଲେକୁ ମଧ୍ୟ ଦ୍ରୁତ ଭାବରେ ବଦଳିବାର ଆବଶ୍ୟକତା ରହିଛି।’’