LIVE TV

ମାଡ଼ି ଆସୁଛି 'ମୋନ୍ଥା': ଗଞ୍ଜାମରେ ୨୭ ଓ ୨୮ ସ୍କୁଲ ଓ ଅଙ୍ଗନାବାଡ଼ି ବନ୍ଦ, ୩ ଦିନ ସମୁଦ୍ରକୁ ଯିବା ମନା

NEWS7
one-child-died-and-two-injured-in-elephant-attack-in-keonjhar-a

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ମୋନ୍ଥା ପ୍ରଭାବରେ ଆସନ୍ତାକାଲି ରାତିରୁ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି l ଏଣୁ ସମସ୍ତ ବିଭାଗ ସଜାଗ ହୋଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏକ ବୈଠକରେ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଆସନ୍ତା ୨୭ ଓ ୨୮ ତାରିଖରେ ଛୁଟି ଘୋଷଣା କରାଯାଇଛି l ପ୍ରତି ଗାଁ ଗାଁ ମାଇକ ଯୋଗେ ପ୍ରଚାର କରାଯିବ l ଜିଲ୍ଲାରେ ଥିବା ୧୧୦ ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି l କାଲି ସନ୍ଧ୍ୟା ୫ ଟା ସୁଦ୍ଧା ସମସ୍ତ ଉପକୁଳ ବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l

ଲୋକଙ୍କୁ ସ୍ଥାନାନ୍ତର କରିବା ବେଳେ ଆବଶ୍ୟକ ହେଲେ ପୋଲିସ ର ସହଯୋଗ ନିଆଯିବ l ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ସୋରଡ଼ା ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ରହିଥିବାରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବା ଲାଗି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି l ଜିଲ୍ଲାର କୌଣସି ସ୍ଥାନରେ ଲୋକେ ଏହି ଦୁଇ ଦିନ ଯେପରି କଚ୍ଚା ଘରେ ରହିବେ ନାହିଁ ସେଦିଗରେ ଧ୍ୟାନ ଦେବା ପାଇଁ ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସମୁଦ୍ର ମଧ୍ୟରେ ମାଛ ମାରିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି l ଏହାକୁ କଡାକଡି କରାଯିବ l

కాకినాడ సమీపంలో తీరం దాటనున్న మొంథా తుపాన్ | Mantha cyclone

ସେହିପରି ସହରାଞ୍ଚଳରେ ପାଣି ପମ୍ପ ଓ ପାଣି ନିଷ୍କାସନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ କରି ରଖିବାକୁ ଵିଏମସି ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରି ମାନଙ୍କୁ କୁହାଯାଇଛି l ଅଗ୍ନିଶ୍ରମ ବିଭାଗ ଓଡ୍ରାଫ ବିଭାଗ ସଜାଗ ହୋଇ ରହିବାକୁ କୁହାଯାଇଛି l ପ୍ରତି ୧୦ ଟି ଗ୍ରାମ ପଞ୍ଚାୟତ କୁ ଗୋଟାଏ ଲେଖାଁ ଜେସିବି ରଖାଯାଇଛି l ତିନି ଦିନ ସମୁଦ୍ର ରେ ଗାଧେଇବା ବାରଣ ଟାଟା ପାୱାର କୁ ସଜାଗ ହୋଇ ରହିବା ସହ ବିଦ୍ୟୁତ କଟିଲେ ତୁରନ୍ତ ସମଧାନ କରିବାକୁ କୁହାଯାଇଛି l ବିଶେଷ କରି ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ l ବ୍ଲକ ସ୍ତରରେ ଆସ୍କା ଲାଇଟ, ବୋଟ ଆଦି ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି l

ଘୋଡାହାଡ଼ ଭଳି ବିଭିନ୍ନ ଡ୍ୟାମରେ ଗତ ଥର ଯେଉଁ ସମସ୍ୟା ଦେଖା ଦେଇଥିଲା ତାର ଯେପରି ପୁନରାବୃତ୍ତି ନ ହୁଏ ସେଦିଗରେ ଗୁରୁତ୍ୱ ଦେବାକୁ ଜଳ ସେଚନ ବିଭାଗକୁ କୁହାଯାଇଛି l ପିଆରଆଇ ମେମ୍ବରଙ୍କ ସହ କଥା ହେଇ ବାତ୍ୟାର ମୁକାବିଲା କରିବାକୁ ସେମାନଙ୍କୁ ସାମିଲ କରିବାକୁ ଜିଲ୍ଲାପାଳ କହିଛନ୍ତି l ରାସନ ସାମଗ୍ରୀ, ଅତ୍ୟାବଶ୍ୟକ ସାମଗ୍ରୀ ଆଦିର କଳା ବଜାରୀ ରୋକିବା ସହ ଏହା ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି l ବର୍ଷା ଅଧିକ ହେବା ଦ୍ୱାରା ଚାଷ କାର୍ଯ୍ୟ ନଷ୍ଟ ହୋଇପାରେ, ଏଣୁ ଚାଷୀଙ୍କୁ ସଚେତନ କରାଯିବା ସହିତ ବର୍ଷା ପରେ କ୍ଷୟ କ୍ଷତି ତୁରନ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି l ​​​​​​​

ପ୍ରତି ତହସିଲ ଓ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯିବ l ଆଜିର ବୈଠକରେ ଯେଉଁ ଅଧିକାରୀ ମାନେ ଉପସ୍ଥିତ ନାହାନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଜିଲ୍ଲାପାଳ ଚରମ ବାଣୀ ଶୁଣାଇଛନ୍ତି l ଆସନ୍ତାକାଲି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ବନ୍ଦ ରହିବ | ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି, ଦେବଦତ୍ତ ପଣ୍ଡା, ସୁନୀଲ କେର୍କଟା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ ସମେତ ସମସ୍ତ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ |