ହୁମାୟୁନଙ୍କୁ ଦଳରୁ ବିଦା କଲେ ମମତା, ବାବରୀ ମସଜିଦ ଗଢିବେ ବୋଲି କହିଥିଲେ

NEWS7
old-man-dead-in-rayagada-due-to-wall-collapse

କୋଲକାତା, ୦୪ /୧୨: ବାବରି ମସଜିଦ ତୋଳିବା ନେଇ ବୟାନ ଦେଇଥିବା ତୃଣମୂଳ କଂଗ୍ରେସ ବଧାୟକ ହୁମାୟୁନ କବୀରଙ୍କ ପାଇଁ ବଢିଛି ଅଡୁଆ । ବିବାଦ ବଡିବା ପରେ ଦଳ ତାଙ୍କୁ ସସପେଣ୍ଡ କରିଛି । କିଛି ଦିନ ତଳେ ସେ ମୁର୍ସିଦାବାଦରେ ବାବରି ମସଜିଦ ଭଳି ସମାନ ଢାଞ୍ଚାରେ ଏକ ମସଜିଦ ଗଢିବାକୁ କହିଥିଲେ । ଯାହା ପରେ ତାଙ୍କୁ ଅନେକ ସମାଲୋଚନା କରିଥିଲେ ।

ଦଳରୁ ନିଲମ୍ବନ ପରେ ଟିଏମସି କହିଛି ଯେ, ମୁର୍ସିଦାବାଦ ବିଧାୟକ ବାବରି ମସଜିଦ ଗଢିବା ପାଇଁ ଘୋଷଣା କରିଥିଲେ । କାହିଁକି ହଠାତ ବାବରି ମସଜିଦ ବୋଲି ଆମେ ତାଙ୍କୁ ପ୍ରଶ୍ନ କରିଥିଲୁ । ଏହାସହ ତାଙ୍କୁ ଏଥିପାଇଁ ସତର୍କ କରାଯାଇଥିଲା । ଏବେ ଦଳ ତାଙ୍କୁ ସସପେଣ୍ଡ୍ କରିଛି ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ହେବାକୁ ଥିବାପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ବିଧାୟକ କବୀର ବଡ଼ ଘୋଷଣା କରିଥିଲେ । ସେ କହିଥିଲେ ଯେ, ପଶ୍ଚିମବଙ୍ଗରେ ନିର୍ମାଣ ହେବ ନୂଆ ବାବରି ମସଜିଦ । ମୁର୍ସିଦାବାଦ ଅଞ୍ଚଳର ବେଲଡାଙ୍ଗାରେ ବାବରି ମସଜିଦ ନିର୍ମାଣ କରାଯିବ ଏବଂ ଏଥିପାଇଁ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଥିଲେ । ହୁମାୟୁନଙ୍କ ଅନୁସାରେ, ଡିସେମ୍ବର ୬ରେ ନୂଆ ବାବରୀ ମସଜିଦ ଲାଗି ଶିଳାନ୍ୟାସ ହେବ ଏବଂ ୩ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ । ସେପଟେ ହୁମାୟୁନଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିଥିଲା ବିଜେପି । ଟିଏମସି ତୁଷ୍ଟିକରଣ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରିଥିଲା ।

ହୁମାୟୁନ ଆହୁରି କହିଥିଲେ ଯେ, ପଶ୍ଚିମବଙ୍ଗରେ ୩୪ ପ୍ରତିଶତ ମୁସଲମାନ ଅଛନ୍ତି । ସେମାନଙ୍କର ଇଚ୍ଛାକୁ ପୂରଣ କରିବା ଲାଗି ସେ ଏହା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଟଙ୍କାର କୌଣସି ଅଭାବ ରହିବ ନାହିଁ । ବେଲଡାଙ୍ଗା ଏବଂ ଏହାର ଆଖପାଖ ଅଞ୍ଚଳରେ ଯେତିକି ମଦରାସା ରହିଛି, ସେଗୁଡ଼ିକର ସଭାପତି ଏବଂ ସଚିବଙ୍କୁ ନେଇ ୧୦୦ ଜଣିଆ ସଦସ୍ୟ ବିଶିଷ୍ଟ ମସଜିଦ ଟ୍ରଷ୍ଟ କରାଯିବ । ୨ ଏକର ଜମିରେ ନୂଆ ବାବରୀ ମସଜିଦ ନିର୍ମାଣ ହେବ । ମସଜିଦ ନିର୍ମାଣ ଲାଗି ସେ ନିଜେ କୋଟି କୋଟି ଟଙ୍କା ଦାନ କରିବେ କବୀର କହିଥିଲେ।