ଏକାଠି ହେଲେ ବିଜୁପ୍ରେମୀ : ରେଜଲ୍ଟ ଆସିବା ପୂର୍ବରୁ ପରସ୍ପରକୁ ମିଠା ଖୁଆଇଲେ

NEWS7
old-couple-resorted-for-rasta-roka-in-demand-of-compensation-of-their-land

ଭୁବନେଶ୍ୱର୧୬।୩: ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ଘରେ ଏକାଠି ହେଲେ ବିଜୁପ୍ରେମୀ । ବିଜୟ ମହାପାତ୍ରଙ୍କୁ ଭେଟିଲେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ଉଭୟ ଖୁସିରେ ମିଠା ଖୁଆଖୁଇ ହେବା ସହ କୋଳାକୋଳି ହେବା ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଭେଟିବା ବେଳେ ଉଭୟ ବେଶ୍ ଖୁସି ଥିବା ନଜର ଆସିଥିଲେ । ତେବେ ଏହା ବିଜୟ ପୂର୍ବର ସେଲିବ୍ରେସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏ ଖବର ବି ପଢ଼ନ୍ତୁ:- ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି, ବିଜେଡି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଲଢ଼ିବ

ସେପଟେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ନିକଟକୁ ଛୁଟିଲାଣି ଶୁଭେଚ୍ଛାରେ ସୁଅ । ଏତେ ସଂଖ୍ୟକ କ୍ରସ୍ ଭୋଟିଂର ସୂଚନା ପରେ ଦିଲ୍ଲୀପ ରାୟଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି । ଯାହାକୁ ନେଇ ମେ’ ଫେୟାର ହୋଟେଲ ସମ୍ମୁଖରେ ଦିଲ୍ଲୀପ ରାୟଙ୍କ ସମର୍ଥକ ବାଜା ବଜାଇ ସେଲିବ୍ରେସନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀପ ରାୟ ମଧ୍ୟ କହିଛନ୍ତି, ମୁଁ ମ୍ୟାଜିକ୍ ନମ୍ବର କ୍ରସ୍ କରିଯାଇଛି । ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦିଲ୍ଲୀପ ରାୟ । ସମସ୍ତଙ୍କ ସହ ମୋର ଭଲ ସମ୍ପର୍କ । ମୋତେ ସମସ୍ତେ ଭୋଟ୍ ଦେଇଛନ୍ତି । ମୁଁ ରାଜ୍ୟବାସୀଙ୍କ ପାଇଁ କାମ କରିବି ବୋଲି ଦିଲ୍ଲୀପ ରାୟ କହିଛନ୍ତି ।

ଶୁଣନ୍ତୁ କ’ଣ କହୁଛନ୍ତି ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ: